ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଫୁଡ୍ସ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଫଳାଫଳ ଘୋଷଣା କରିଛି ଏବଂ ଏହି ତ୍ରୈମାସରେ କମ୍ପାନୀର ଲାଭ ୨୧.୩୮ ପ୍ରତିଶତ ବୃଦ୍ଧି ପାଇଛି। ଦ୍ବିତୀୟ ତ୍ରୟମାସରେ କମ୍ପାନୀ ୩୦୮.୯୭ କୋଟି ଟଙ୍କା ଲାଭ କରିଥିବା ବେଳେ ପୂର୍ବ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଏହା ୨୫୫ କୋଟି ଟଙ୍କା ଥିଲା। ପତଞ୍ଜଳି ଫୁଡ୍ସ ମଧ୍ୟ ଅଂଶଧନଧାରୀଙ୍କୁ ସେୟାର ପିଛା ୮ ଟଙ୍କା ଅନ୍ତରୀଣ ଲାଭାଂଶ ଘୋଷଣା କରିଛି। ଅଂଶୀଦାରମାନଙ୍କୁ ଲାଭାଂଶ ପ୍ରଦାନ ପାଇଁ ରେକର୍ଡ ତାରିଖ ୪ ନଭେମ୍ବର ୨୦୨୪ ଧାର୍ଯ୍ୟ କରାଯାଇଛି।
ପତଞ୍ଜଳି ଫୁଡ୍ସର ପରିଚାଳନାରୁ ୮୧୫୪.୧୯ କୋଟି ଟଙ୍କା ଏବଂ ଇବିଆଇଟିଡିଏର ରାଜସ୍ୱ ୪୯୩.୮୬ କୋଟି ଟଙ୍କା ରହିଛି। ଖାଦ୍ୟ ଏବଂ ଏଫଏମସିଜି କ୍ଷେତ୍ରରୁ ରାଜସ୍ୱ ୨୩୦୩.୬୬ କୋଟି ଟଙ୍କା ହୋଇଛି । କମ୍ପାନୀ କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ପରିଚାଳନାରୁ ରାଜସ୍ୱ ୧୫,୩୨୭.୨୫ କୋଟି ଟଙ୍କା ହୋଇଛି, ଯେଉଁଥିରେ ଇବିଆଇଟିଡିଏ ମାର୍ଜିନ୍ ୬.୦୬ ପ୍ରତିଶତ ଏବଂ ପିଏଟି ମାର୍ଜିନ୍ ୩.୭୧ ପ୍ରତିଶତ ବୃଦ୍ଧି ପାଇଛି।
ପତଞ୍ଜଳି ଫୁଡ୍ସ ପକ୍ଷରୁ କୁହାଯାଇଛି ଯେ ପ୍ରବଳ ବର୍ଷା ଯୋଗୁଁ ଦ୍ୱିତୀୟ ତ୍ରୟମାସରେ ଉପଭୋକ୍ତାଙ୍କ ଭାବନା ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଉପଭୋକ୍ତା ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସାରା ତ୍ରୈମାସରେ ଖାଇବା ତେଲ ଦର ସୀମା ମଧ୍ୟରେ ରହିଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ ଦର ବୃଦ୍ଧି ଦେଖିବାକୁ ମିଳିଛି। କମ୍ପାନୀ କହିଛି ଯେ ଏହା ୨୧ଟି ଦେଶକୁ ଏହାର ଉତ୍ପାଦର ରପ୍ତାନି କରିଛି ଏବଂ ରପ୍ତାନି ରାଜସ୍ୱ ୩୪.୫୫ କୋଟି ଟଙ୍କା ହୋଇଛି।
ପତଞ୍ଜଳି ଫୁଡ୍ସ ଅନୁଯାୟୀ, ଏହି ତ୍ରୈମାସରେ ବୋର୍ଡରୁ ଅନୁମୋଦନ ପାଇବା ପରେ ୮ ଅକ୍ଟୋବର ୨୦୨୪ରେ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଠାରୁ ପିଏଏଲ୍ର ହୋମ୍ ଏବଂ ପର୍ସନାଲ କେୟାର ବ୍ୟବସାୟ ଅଧିଗ୍ରହଣ ପାଇଁ ଅନୁମୋଦନ ମିଳିଛି।