OLA ଇଲେକ୍ଟ୍ରୋନିକସ ନିଜର ନୂଆ ଇଲେକ୍ଟ୍ରିକ ମୋଟର ସାଇକଲ ରେଞ୍ଜ ରୋଡଷ୍ଟରକୁ ଭାରତୀୟ ବଜାରରେ ପ୍ରବେଶ କରାଇଛନ୍ତି । ଯାହାର ଦାମ ୭୪,୯୯୯ ରୁ ଆରମ୍ଭ ହେଉଅଛି । ଏହି ବର୍ଗର ୩ଟି ଭେରିଆଣ୍ଟ- ରୋଡଷ୍ଟର, ରୋଡଷ୍ଟର-X, ରୋଡଷ୍ଟର-Pro ର ଆଜି ବଜାର ପ୍ରବେଶ ହୋଇଛି । ଏହି ଅବସରରେ OLA ଇଲେକ୍ଟ୍ରୋନିକସର ସଂସ୍ଥାପକ ଓ ସି.ଏମ.ଡି ଭାବିଶ ଅଗ୍ରୱାଲ ନିଜ ମନ୍ତବ୍ୟ ରଖି କହିଚନ୍ତି ଯେ, ପୂର୍ବରୁ OLA 2Watt ବର୍ଗରେ ନିଜର ସ୍କୁଟର ସିରିଜରେ ସଫଳତା ହାସଲ କରିସାରିବା ପରେ ବର୍ତମାନ ନିଜ ଯୁଗାନ୍ତକାରୀ ଟେକ୍ନୋଲୋଜି ସହାୟତାରେ ସୁପର ଚାରଜିଙ୍ଗ ଇଲେକ୍ଟ୍ରିକ ବାଇକ ବର୍ଗରେ ପାଦ ଦେବାକୁ ଯାଉଛି ।
OLA ରୋଡଷ୍ଟର-X,ରୋଡଷ୍ଟର, ରୋଡଷ୍ଟର-Pro ମଡେଲରେ ତିନୋଟି ବ୍ୟାଟେରୀର ବର୍ଗ ରହିଛି । ସେହି ଅନୁଯାୟୀ ତାର ଦାମ ଦେଖିନିୟନ୍ତୁ ।
OLA ରୋଡଷ୍ଟର-X
୨.୫ kWh - ୭୪,୯୯୯ଟଙ୍କା
୩.୫ kWh - ୮୪,୯୯୯ଟଙ୍କା
୪.୫ kWh - ୯୯,୯୯୯ଟଙ୍କା
OLA ରୋଡଷ୍ଟର
୩.୫ kWh - ୧,୦୪,୯୯୯ଟଙ୍କା
୪.୫ kWh - ୧,୧୯,୯୯୯ଟଙ୍କା
୬ kWh - ୧,୩୯,୯୯୯ଟଙ୍କା
ରୋଡଷ୍ଟର-Pro
୮ kWh - ୧,୯୯,୯୯୯ଟଙ୍କା
୧୬ kWh - ୨,୪୯,୯୯୯ଟଙ୍କା