ଅଟୋମୋବାଇଲ କ୍ଷେତ୍ରରେ କମିନି ମାନ୍ଦାବସ୍ଥା, ୩୩.୪ ପ୍ରତିଶତ ହ୍ରାସ ପାଇଲା କାର ବିକ୍ରି
Khabar Odisha:National-Business-auto-sales-continue-to-be-on-slow-track-in-september-said-siam
ନୂଆଦିଲ୍ଳୀ, ଅକ୍ଟୋବର ୧୧(ଖବର ଓଡ଼ିଶା):

 ଦେଶରେ କ୍ରମାଗତ ସେପ୍ଟେମ୍ବର ମାସ ଯାଏଁ ଅଟୋମୋବାଇଲ ବିକ୍ରି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । ସେପ୍ଟେମ୍ବର ମାସରେ ଗାଡ଼ି ବିକ୍ରି ଆଶାତୀତ ଭାବେ ହ୍ରାସ ପାଇଥିବା ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକ୍‌ଚର୍ସ (ସିଆଇଏମ) ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ କାର ବିକ୍ରି ୩୩.୪ପ୍ରତିଶତ ହ୍ରାସ ପାଇ ୧.୩୧ଲକ୍ଷ ୟୁନିଟରେ ପହଂଚିଛି । 

ଗତବର୍ଷ ସେପ୍ଟେମ୍ବରରେ ୨୫,୮୪,୦୬୨ ଗାଡ଼ି ବିକ୍ରି ହୋଇଥିଲା । ଗତବର୍ଷ ତୁଳନାରେ ଦୁଇ ଚକିଆ ଯାନରେ ପ୍ରାୟ ୨୨.୦୯ ପ୍ରତିଶତ ଯାନବାହାନ ବିକ୍ରି କମି ୧୬.୬୬ ଲକ୍ଷ ୟୁନିଟ ରହିଛି । ଘରୋଇ ପାସେଞ୍ଜର ଗାଡ଼ିର ବ୍ରିକ୍ରି ମଧ୍ୟ ୨୩.୭ ପ୍ରତିଶତ ହ୍ରାସ ପାଇ ୨.୨୩ଲକ୍ଷ ୟୁନିଟ ହୋଇଛି । ଏହା ଛଡ଼ା କର୍ମର୍ସିଆଲ ପାସେଞ୍ଜର ଗାଡ଼ି ବିକ୍ରି ମଧ୍ୟ କମ ହୋଇ ୩୯.୧ ପ୍ରତିଶତ ହ୍ରାସ ପାଇ ୫୮,୪୧୯ ୟୁନିଟ ରହିଛି ।

  • Tags:

Subscribe

National International State Sports Entertainment