ଶସ୍ତାରେ ମୋବାଇଲ୍ ସେବା ପାଇବା ଯୁଗ ଶେଷ, ଆହୁରି ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ ! ନୂଆଦିଲ୍ଲୀ, ଫେବୃଆରୀ ୧୦(ଖବର ଓଡିଶା): Share story: ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ବଡ ଖବର । ଶସ୍ତାରେ ମୋବାଇଲ୍ ସେବା ପାଇବା ଯୁଗ ଏବେ ଶେଷ ହେବାକୁ ଯାଉଛି । କାହିଁକି ନା ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ମୋବାଇଲ ରିଚାର୍ଜ । ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ଚଳିତ ବର୍ଷ ପୁଣି ଥରେ ରିଚାର୍ଜ ଦାମ ବଢାଇବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ତେବେ ଇଣ୍ଟରନେଟ୍ ୟୁଜର୍ସ ଏବେ ନେଟ୍ ବ୍ୟବହାର କରିବାକୁ ଅଧିକ ଟଙ୍କା ଗଣିବାକୁ ପଡିବ । ହେଲେ ଖର୍ଚ୍ଚର ଚାପ ଓ ୫ଟି ସେବା ଲାଗି ଟଙ୍କା ଯୋଗାଡ କରିବା ପାଇଁ ଟାରିଫ୍ ପ୍ଲାନ ବଢାଇବାକୁ ପଡିବ ବୋଲି ଏୟାରଟେଲ୍ କମ୍ପାନୀ ତରଫରୁ କୁହାଯାଇଛି । ସେହିପରି ଗତବର୍ଷ ନଭେମ୍ବର ମାସରେ ମୋବାଇଲ ରିଚାର୍ଜ ଦରରେ ହଠାତ୍ ବୃଦ୍ଧି ଦେଖିବାକୁ ମିଳିଥିଲା । ନେଟ୍ ଓ ଟକଟାଇମ ପାଇବାକୁ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିଥିଲେ ଓ ଏବେ ମଧ୍ୟ ଗଣୁଛନ୍ତି । ସେହିପରି ଏୟାରଟେଲ ହିଁ ପ୍ରଥଣ କମ୍ପାନୀ ଯିଏକି ଟାରିଫ ପ୍ଲାନ ପ୍ରଥମେ ବୃଦ୍ଧି କରିଥିଲା । ପରେ ଭୋଡାଫୋନ-ଆଇଡିଆ ଓ ଜିଓ ରିଚାର୍ଜ ଦାମ ବଢାଇଥିଲା । ଖବର ଓଡ଼ିଶା, Reporter, 10/02/2022