ଜେଟ ଏୟାରୱେଜ ଆନ୍ଦୋଳନ ସ୍ଥଗିତ
Khabar Odisha:Business-flight-Jet-airways-nag-deferred-no-pay-no-work-call

ମୁମ୍ବାଇ, ଏପ୍ରିଲ ୧୫ (ଖବର ଓଡ଼ିଶା): ଜେଟ ଏୟାରୱେଜର ପାଇଲଟ ମାନେ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ କରି ଦେଇଛନ୍ତି । ଜେଟ ଏୟାରୱେଜର ପାଇଲଟ ସଂଗଠନ ରବିବାର ରାତି କହିଛି ‘ଦରମା ନାହିଁ ତ, କାମ ନାହିଁ’ ଆନ୍ଦୋଳନ ନିଷ୍ପତ୍ତିକୁ ସାମୟିକ ପାଇଁ ସ୍ଥଗିତ କରି ଦେଇଛି । ସଂକଟ ଦେଇ ଦିନ କାଟୁଥିବା ଜେଟ ଏୟାରୱେଜର ପାଇଲଟମାନେ ରାଷ୍ଟ୍ରୀୟ ସଂଗଠନ ନ୍ୟାସନାଲ ଆଭିଏଶନ ଗିଲ୍ଡ (ଏନଏଜି) ସହିତ ଜଡିତ ପାଖାପାଖି ୧୧୦୦ ପାଇଲଟଙ୍କୁ ଦରମା ନ ମିଳିବାରୁ ସୋମବାର ପୂର୍ବାହ୍ଣ ୧୦ଟାରୁ ଆନ୍ଦୋଳନରେ ବସିବାକୁ ନିଷ୍ପତ୍ତି ନେଇଥିଲେ । ପାଇଲଟଙ୍କ ସମେତ ଇଂଜିନିୟର ଏବଂ ବରିଷ୍ଠ ପ୍ରବନ୍ଧକଙ୍କୁ ଜାନୁୟାରୀ ଠାରୁ ଦରମା ମିଳି ନାହିଁ । ଋଣଗ୍ରସ୍ତରେ ବୁଡ଼ି ରହିଥିା କମ୍ପାନୀ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ମଧ୍ୟ ମାର୍ଚ୍ଚ ମାସ ଠାରୁ ଦରମା ଦେଇ ନାହିଁ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କମ୍ପାନୀ ପରିଚାଳକ ୧୫୦୦ କୋଟି ଟଙ୍କା ପୁଂଜି ନିବେଶର ଅପିଲ ଏବଂ ନୂତନ ଯୋଜନାକୁ ନେଇ ସୋମବାର ଋଣଦାତାଙ୍କୁ ଭେଟିବେ । ଏନଏଜି ପକ୍ଷରୁ ବିଳମ୍ବିତ ସନ୍ଧ୍ୟାରେ କୁହାଯାଇଛି ଯେ, ଏୟାରଲାଇନ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହାକୁ ଦୃଷ୍ଟିରେ ରଖି ପାଇଲଟ ସଂଘ ଆନ୍ଦୋଳନକୁ ସ୍ଥଗିତ କରି ଦେଇଛି । ଏୟାରଲାଇନକୁ ପୁନଃଜୀବିତ କରିବାକୁ ସୁଯୋଗ ଦିଆଯାଉ । ଏନଏଜିରେ ମୋଟ ୧୬୦୦ ପାଇଲଟ ଅଛନ୍ତି । 

 

  • Tags:

Subscribe

National International State Sports Entertainment