ଗ୍ରାହକଙ୍କ ବିନା ଅନୁମତିରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଦାୟୀ: ହାଇକୋର୍ଟ
Khabar Odisha:Business-Odisha-bank-responsible-if-money-withdrawn-from-account-holder-without-his-knowledge-kerala-high-court
କୋଚୀ, ଫେବୃଆରୀ ୦୭ (ଖବର ଓଡିଶା) :

ବ୍ୟାଙ୍କ ନିଜ ଗ୍ରାହକଙ୍କ ଆକାଉଂଟରୁ ବିନା ଅନୁମତି ନନେଇ ଟଙ୍କା ବାହାର କରିବାରେ ଦାୟିତ୍ୱରୁ ଓହରିବ ନାହିଁ ବୋଲି କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ପିବି ସୁରେଶ କୁମାର ନିଜ ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି, ଯଦି ଗ୍ରାହକ ଏସମେସ ଆଲର୍ଟର ଜବାବ ଦେଉ ନାହାଁନ୍ତି ତେବେ ବ୍ୟାଙ୍କ ଅନଧୀକୃତ ଭାବେ ଟଙ୍କା ବାହାର କରାଯାଇଥିବା ପାଇଁ ଦାୟୀ । ତାଙ୍କ କହିବାନୁଯାୟୀ, କୌଣସୀ ଗ୍ରାହକର ଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ଏସମେସ ଆଧାର ହେବ ନାହିଁ । ଏଭଳି ଆକାଉଂଟ ହୋଲ୍ଡର ମଧ୍ୟ ହୋଇ ପାରନ୍ତି ଯେଉଁମାନଙ୍କର ଏସମେସ ଦେଖିବା ଅଭ୍ୟାସ ନଥାଏ । 

ଏସବିଆଇ କେରଳ ହାଇକୋର୍ଟର ଏକ ନିମ୍ନ ଅଦାଲତରେ ଆଦେଶ ବିରୋଧରେ ଅପିଲ କରିଥିଲେ । ଏହି ଆଦେଶରେ ଅନଧୀକୃତ ଭାବରେ ଟଙ୍କା ଉଠାଇବା କାରଣରୁ ଗ୍ରାହକଙ୍କକୁ ୨.୪ ଲକ୍ଷ ଟଙ୍କା ଲୋକଶାନିର ଭରଣ କରିବା ପାଇଁ କୁହାଯାଇଥିଲା । ଗ୍ରାହକ ଏହି ଟଙ୍କାକୁ ସୁଧ ସମେତ ଫେରସ୍ତ କରିବା ପାଇଁ ଦାବି କରିଥିଲେ । ବ୍ୟାଙ୍କର କହିବାନୁଯାୟୀ, ଗ୍ରାହକ ବିବାଦିତ  ଓି୍ୱଥଡ୍ରାଲ ସହ ଜଡିତ ଏସମେସ ପଠାଯାଇଥିଲା ଏବଂ ତାଙ୍କୁ ନିଜ ବ୍ୟାଙ୍କ ଆକାଉଂଟ ତୁରନ୍ତ ବନ୍ଦ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଗ୍ରାହକ ଏସମେସର କୋଣସୀ ଉତର ଦେଇ ନଥିଲେ । ଏହି କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡିଥିଲା । 

କିନ୍ତୁ ଅଦାଲତ କହିଛନ୍ତି କି, ଗ୍ରାହକଙ୍କ ହିତ ପାଇଁ ସାବଧାନି ରଖିବା ଉଚିତ୍ । ଏଥିପାଇଁ ବ୍ୟାଙ୍କ ଜରୁରୀ ପଦକ୍ଷେପ ନେବା ଉଚିତ୍ । ଏଥିପାଇଁ ସୁରକ୍ଷିତ ସିଷ୍ଟମ ମଧ୍ୟ ତିଆରି କରିବା ଉଚିତ୍ । ଅନଅର୍ଥରାଇଜଡ ଟ୍ରାନଜାକ୍ସନ ସୂଚନା ବ୍ୟାଙ୍କକୁ ଦେଇ ଆକାଉଂଟ ବ୍ଲକ କରିବା ସହ ଜଡିତ ଆରବିଆଇର ଏକ ସର୍କୁଲାରୀ ଜାରୀ କରି କହିଛନ୍ତି ବ୍ୟାଙ୍କ ଏଥିପାଇଁ ଉତରଦାୟୀ । ଯଦି ଗ୍ରାହକମାନେ କ୍ଷତି ଏବଂ ଧୋକାଧଡିର ଶୀକାର ହେଉଛନ୍ତି ତେବେ ବ୍ୟାଙ୍କ ଏହି ସିଷ୍ଟମକୁ ରୋକିବା ଉଚିତ୍ । 

Subscribe

National International State Sports Entertainment