୨ ଦିନ ଭିତରେ ସରକାରଙ୍କ ଠାରୁ ସୁନା କିଣିବାର ଆସିଛି ବଡ଼ ସୁଯୋଗ, ଦର ୫୦ ହଜାରରୁ କମ
Khabar Odisha:Business-India-Sovereign-gold-bond-scheme-2020-21-series-xi-open-investor-till-February-5

ନୂଆଦିଲ୍ଲୀ, ଫେବୃଆରୀ ୦୪ (ଖବର ଓଡ଼ିଶା): ଶେୟାର ବଜାରରେ ସୂଚକାଙ୍କ ପ୍ରଭାବରେ ସୁନା ଦର ହ୍ରାସ ପାଇଛି । କରୋନା ଭାଇରସ ପାଇଁ ଦେଶ ଲକଡାଉନ ହେବା ପରେ ସୁନା ଦର ଆକାଶ ଛୁଆଁ ହୋଇଥିଲା, ଯାହାକି ବର୍ତ୍ତମାନ ସର୍ବାଧିକ ଦର ଠାରୁ ୭ ହଜାର ଟଙ୍କା ଶସ୍ତା ହୋଇଛି । ଫଳରେ ଯଦି କେହି ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଫେବ୍ରୁଆରୀ ୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ସଭରିଜିନ ସୁନା ଯୋଜନାରେ ନିବେଶ କରିପାରିବେ । ବର୍ତ୍ତମାନ ଭାରତୀୟ ବଜାରରେ ସୁନା ଦର ୫୦ ହଜାର ଟଙ୍କାରୁ କମ ରହିଛି । 

ଚଳିତ ଆର୍ଥିକ ବର୍ଷର ୧୧ତମ ସଭରିଜିନ ସୁନା ଯୋଜନା ଫେବ୍ରୁଆରୀ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ୫ ତାରିଖ ଯାଏଁ ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଥର ଗୋଲ୍ଡ ସବସ୍କ୍ରିପଶନ ଦର ସୁନା ଗ୍ରାମ ପିଛା ୪୯୧୨ଟଙ୍କା ରଖିଛନ୍ତି । ଏହା ପୂର୍ବରୁ୧୦ମ ସଂସ୍କରଣରେ ଗ୍ରାମ ପିଛା ଦର ୫୧୦୪ ଥିଲା । ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଅନଲାଇନ ଆବେଦନ କରୁଥିବା ନିବେଶକଙ୍କୁ ବ୍ରାଣ୍ଡର ନିର୍ଦ୍ଧାରିତ ଦର ପ୍ରତି ଗ୍ରାମ ୫୦ ଟଙ୍କା ରିହାତି ଦିଆଯିବ । ଅର୍ଥାତ ଡିଜିଟାଲ ମାଧ୍ୟମରେ ଦେୟ କରୁଥିବା ବ୍ୟକ୍ତିଙ୍କୁ ସୁନା ଗ୍ରାମ ପିଛା ୪୮୨୬ ଟଙ୍କା ପଡ଼ିବ । 

 

  • Tags:

Subscribe

National International State Sports Entertainment