ସଂକଟରେ ଫସିଥିବା ୟେସ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଲା ଏହି ଖୁସି ଖବର!
Khabar Odisha:Business-Banking-Yes-bank-customers-can-now-withdraw-cash-from-other-bank-ATMs

ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ସଂକଟରେ ଫସିଥିବା ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିଛି । ବ୍ୟାଙ୍କର ଗ୍ରାହକମାନେ ଏବେ କୌଣସି ବି ବ୍ୟାଙ୍କର ଏଟିଏମରୁ ନିଜର ଟଙ୍କା ବାହାର କରିପାରିବେ । ୟେସ ବ୍ୟାଙ୍କ  ଟୁଇଟର ଜରିଆରେ ଏହି ସୂଚନା ଦେଇଛି । ସୂଚନାଯୋଗ୍ୟ, ୟେସ ବ୍ୟାଙ୍କ ସଂକଟରେ ଆସିବା ପରେ ଏହି ସୁବିଧା ପୂର୍ବରୁ ବନ୍ଦ କରି ଦେଇଥିଲା ।    

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ଭୋରରୁ ଦିବାନ ହାଇସିଂ ଫାଇନାନ୍ସ କର୍ପେରେଶନ ଲିମିଡେଡ (ଡିଏଏଫଏଲ) ସହିତ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ଘଟଣାରେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୂରଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଅଧିକାରୀମାନେ ରାଣା କପୂରଙ୍କୁ ପାଖାପାଖି ୩୦ ଘଣ୍ଟା ଯାଏଁ ପଚରାଉଚରା କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

ରାଣା କପୂରଙ୍କୁ ରବିବାର ପୂର୍ବାହ୍ନ ୧୧ଟାରେ କୋର୍ଟରେ ହାଜର କରାଯିବ । ଇଡି ଶନିବାର ୱାର୍ଲିରେ ରାଣା କପୂରଙ୍କ ସମୁଦ୍ର ମହଲରେ ନିଜର ତଦନ୍ତ ଜାରି ରଖିଥିଲ । ଇଡି ଏହି ପ୍ରସଙ୍ଗରେ ତଦନ୍ତ କରୁଛି ଯେ, ବ୍ୟାଙ୍କର ପ୍ରମୋଟର ରାଣା କପୂର ଏବଂ ତାଙ୍କର ୨ ଝିଅଙ୍କ ଡମି କମ୍ପାନୀ ଅର୍ବାନ ଭେଞ୍ଚରକୁ ଦୁର୍ନୀତିକାରୀମାନେ ୬୦୦ କୋଟି ଟଙ୍କା ଦେଇଥିଲେ । 

 

  • Tags:

Subscribe

National International State Sports Entertainment