ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): ନୂଆ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସରକାରୀ ଟେଲିକମ କଂପାନୀ ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ଦମ୍ଦାର ପ୍ରିପେଡ ପ୍ଲାନ ଆଣିଛି। କଂପାନୀ ନିଜର ଗ୍ରାହକଙ୍କ ପାଇଁ ୫୯୯ ଟଙ୍କାରେ ୮୪ ଦିନ ବୈଧତାର ସହିତ ଏକ ପ୍ଲାନ ଶୁଭାରମ୍ଭ କରିଛି।
କଂପାନୀ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏହି ପ୍ଲାନରେ ମୋଟ ୪୨୦ ଜିବି ଡାଟା ଉପଲବ୍ଧ ହେଉଛି। ବିଏସ୍ଏନ୍ଏଲ୍ର ଏହି ପ୍ଲାନ ହିସାବରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ ସୁବିଧା ମିଳୁଛି। ଏଥି ସହିତ ଦୈନିକ ୧୦୦ ଏସ୍ଏମ୍ଏସ୍ ମଧ୍ୟ ମିଳୁଛି। ପ୍ଲାନ ସଂପର୍କରେ କଂପାନୀର େୱେବସାଇଟ ରେ ସୂଚନା ଦିଆଯାଇଛି। ବିଏସ୍ଏନ୍ଏଲ୍ର ନୂଆ ପ୍ଲାନ ଲୋକଙ୍କୁ ଜିଙ୍ଗ୍ ଆପ୍ର ଫ୍ରି ସବ୍ସ୍କ୍ରିପଶନରେ ମଧ୍ୟ ମିଳିପାରୁଛି। କରୋନା ସଂକଟ ସମୟରେ ଓ୍ଵାର୍କ ଫ୍ରମ୍ ହୋମ୍ କାମ କରୁଥିବା କର୍ମଚାରୀଙ୍କୁ ଏହି ପ୍ଲାନ ଲାଭଦାୟକ ହେବ ହେବ ବୋଲି କଂପାନୀ ତରଫରୁ କୁହାଯାଇଛି।
ବିଏସ୍ଏନ୍ଏଲ୍ର ଏହି ୫ଜି ପ୍ଲାନରୁ କିଛି ଚୟନିତ ରାଜ୍ୟକୁ ମିଳିପାରୁଛି। କଂପାନୀର ୪ଜି ସର୍ଭିସ କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର କିଛି ସହରରେ ମିଳିପାରୁଛି। ଏହି ସ୍ଥାନର ଲୋକେ ପ୍ଲାନରୁ ଲାଭ ଉଠାଇପାରିବେ।