ବିବାହ ବନ୍ଧନରେ ବାନ୍ଧି ହେଲେ ଦେବ ଦମ୍ପତ୍ତି, ଆଜି ଭକ୍ତଙ୍କୁ ଦର୍ଶନ ଦେବେ ଯୁଗଳ ପ୍ରତିମା
Khabar Odisha:today-sitalshasthi-yatra-in-sambalpur
ସମ୍ବଲପୁର, ଜୁନ ୦୮(ଖବର ଓଡ଼ିଶା):

ସମ୍ପୂର୍ଣ୍ଣ ପାରମ୍ପାରିକ ରୀତିନାତିରେ ସମ୍ପନ୍ନ ହୋଇଛି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ । ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଦେବ ଦମ୍ପତ୍ତି । ଏବେ ସମୟ ଆସିଛି ମା’ ନିଜ ବାପ ଘରୁ ବିଦାୟ ନେବେ । ଆଜି ଶୀତଳ ଷଷ୍ଠୀ ଅବସରରେ ନଗର ପରିକ୍ରମାରେ ବାହାରିବେ ନବ ବିବାହିତ ଦେବ ଦମ୍ପତ୍ତି । ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଛି ସମ୍ବଲପୁର ସହର । 

ଆଜି ସନ୍ଧ୍ୟାରେ ଭୋଳା ଶଙ୍କର ଓ ମା’ ପାର୍ବତୀ ନଗର ପରିକ୍ରମା କରିବେ । ଶ୍ରଦ୍ଧାଳୁମାନେ ଦେବ ଦମ୍ପତ୍ତିଙ୍କ ଯୁଗଳ ପ୍ରତିମା ଦର୍ଶନ କରିବାର ସୁଯୋଗ ପାଇବେ । ପଞ୍ଚମୀ ତିଥିରେ ମହାଦେବ ବରଯାତ୍ରୀନେଇ କନ୍ୟା ଘରେ ପହଁଚିଥିଲେ । ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ବାଣ, ରୋଷଣୀ, ବାଜା, ଗୀତର ତାଳେ ତାଳେ କମ୍ପିଥିଲା ସାରା ସହର । ଏହା ପରେ ହୋଇଥିଲା ବିବାହ । 

  • Tags:

Subscribe

National International State Sports Entertainment