ପାକିସ୍ତାନରେ ଶିବଙ୍କ କଟାସରାଜ ମନ୍ଦିର, ଚଳିତ ବର୍ଷ ଜାଗରରେ ଯାଇନାହାନ୍ତି କେହି ଭାରତୀୟ
Khabar Odisha:art-and-culture-siv-ratri-katasraj-temple-in-pakistan
ଲାହୋର, ମାର୍ଚ୍ଚ ୦୪(ଖବର ଓଡିଶା):

ପାକିସ୍ତାନର ଲାହୋର ଠାରୁ ୨୮୦ କିଲୋମିଟର ଦୂର ପାହାଡ ଉପରେ ଶିବଙ୍କର ଏକ କଟାସରାଜ ମନ୍ଦିର ରହିଛି ।  କିନ୍ତୁ ଆଜି ମହାଶିବରାତ୍ରୀରେ ଭାରତର କୌଣସୀ ଶ୍ରଦ୍ଧାଳୁ ସେଠାକୁ ଯାଇନାହାଁନ୍ତି । ଭଗବାନ ଶିବଙ୍କ ଏହି ମନ୍ଦିର ୧୦୦୦ ବର୍ଷ ପୁରୁଣା । 

କଟାସରାଜ ମନ୍ଦିର ପାକିସ୍ତାନର ଚକବାକ ଜିଲ୍ଲାରେ ଅବସ୍ଥିତ । ଏସବୁ ହେବାର କାରଣ ପୁଲୱାମା ଆକ୍ରମଣ ପରେ ଶ୍ରଦ୍ଧାଳୁ ମାନେ ସେହି ମନ୍ଦିର ଯାଇନାହାନ୍ତି । ଏହା ପୂର୍ବରୁ ଏପରି ୧୯୯୯ ମସିହା କାରଗିଲ ଯୁଦ୍ଧ ଏବଂ ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆକ୍ରମଣ ପରେ ହୋଇଥିଲା ।

୧୦୦୦ ବର୍ଷର ପୁରୁଣା ଶିବ ମନ୍ଦିରକୁ ଶିବରାତ୍ରୀ ପାଇଁ ସଫା କରାଯାଇଥିଲା । ପବିତ୍ର ସରୋବରକୁ ମଧ୍ୟ ସଫା କରାଯାଇଛି । ଏହା ପାଖରେ ଥିବା ସିମେଣ୍ଟ ଫ୍ୟାକ୍ଟ୍ରିରୁ ପାଣି ଆସି ଏଥିରେ ମିଶୁଛି ସେଥିପାଇଁ ସୁପ୍ରିମକୋର୍ଟ ଏହାକୁ ଠିକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ଫ୍ୟାକ୍ଟ୍ରି ଉପରେ ସୁପ୍ରିମକୋର୍ଟ ୧୦ କୋଟି ଟଙ୍କା ଜୋରିମାନା ଲଗାଇଛନ୍ତି ଏବଂ ଏହା ସହ ଫ୍ୟାକ୍ଟ୍ରିକୁ ସଂପୂର୍ଣ୍ଣ ଭାବରେ ହଟାଇ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରିଛନ୍ତି । ୩୬ ବର୍ଷ ପୂର୍ବରୁ କଟାସରାଜ ମନ୍ଦିର ଯିବା  ପାଇଁ ଭାରତରୁ ୧୪୧ ଶ୍ରଦ୍ଧାଳୁ ଆସୁଥିଲେ । କିନ୍ତୁ ପୁଲୱାମା ଆକ୍ରମଣ ପରେ ସେଠାକୁ ଯିବା ପାଇଁ କୌଣସୀ ଶ୍ରଦ୍ଧାଳୁ ରାଜି ନାହାଁନ୍ତି । 

  • Tags:

Subscribe

National International State Sports Entertainment