ଆଜି ପବିତ୍ର ଶାମ୍ବ ଦଶମୀ, ସନ୍ତାନଙ୍କ ଶୁଭ ମନାସୀ ଘରେ ଘରେ ଚାଲିଛି ସୂର୍ଯ୍ୟ ପୂଜା
Khabar Odisha:art-and-culture-odisha-samba-dasami
ଭୁବନେଶ୍ୱର, ଜାନୁଆରୀ ୧୬(ଖବର ଓଡିଶା):

ଆଜି ପବିତ୍ର ଶାମ୍ବ ଦଶମୀ । ଓଡିଆମାନେ ପାଳନ କରୁଥିବା ପର୍ବବର୍ବାଣୀ ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିକୁ ଶାମ୍ବଦଶମୀ ଭାବରେ ପାଳନ କରାଯାଇଥାଏ । 

ଏହି ଦିନ ଘରେ ଘରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥାଏ । ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା ମାନେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା କରାଯାଇଥାଏ । 

ଆଜି ଘରେ ଘରେ  ତିନିଥର ରବି ଦେବଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ । ନିଜ ସନ୍ତାନମାନଙ୍କ ନାଁରେ କଳସ ବସାଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପୂଜାର୍ଚ୍ଚନା କରାଯାଏ ।  ସଂଧ୍ୟାରେ ଘଡଘଡିଆ ତରକାରୀ ଓ ଯମରାଜାଙ୍କ ଉଦ୍ଦେଶ୍ୟରେ ବୁଢା ଚକୁଳି ପ୍ରସ୍ତୁତ କରାଯାଇ ଛଡାଯିବାର ବିଧି ରହିଛି । 

ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଛି । ସକାଳୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇ କୋଣାର୍କରେ ପୂଜା କରିଛନ୍ତି । ଶାମ୍ବଦଶମୀ ପାଇଁ ଆଜି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଫି ଛାଡ କରାଯାଇଛି ।

Subscribe

National International State Sports Entertainment