ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୁର୍ତ୍ତିଙ୍କ ବନକଲାଗି ନୀତି
Khabar Odisha:Art-and-culture-Odisha-Puri-jagannath-Banaklagi-rituals-today
ପୁରୀ, ଜୁଲାଇ ୦୭(ଖବର ଓଡ଼ିଶା):

ଆଜି ଶ୍ରୀଜୀଉଙ୍କ ବନକଲାଗି । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୂ ଜଗନ୍ନାଥ ଏବେ ଜନ୍ମବେଦୀ ବା ଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି । ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକଲାଗି ହେବ ।

ମାଉସୀମା ବାଡ଼ିରେ ଆଜି ତିନିଠାକୁରଙ୍କ ବନକଲାଗି କରାଯିବ । ଘୋଷଯାତ୍ରାରେ ଯାଇ ତିନି ଦିଅଁ ଏବେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।  ଜନ୍ମବେଦୀରୁ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ସାହାଣମେଣା ଦର୍ଶନ ସାଢେ ୮ଟା ଯାଏଁ ଚାଲିବ । ତେଣୁ ଆଜି ରାତି ୯ଟା ପରଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । 

ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକଲାଗି ହେବ । ପହୁଡ଼ ଆଳତି ପରେ ଦୁଆର ପଡ଼ିବ । ତା ପରେ ୯,୧୦ଜଣ ଦତ୍ତମହାପାତ୍ର ସେବକ ମିଶି କସ୍ତୁରୀ ,ହେଙ୍ଗୁଳ ,କେଶର ଓ ହରତାଳର ମିଶ୍ରଣରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର  କରିବେ । ଆଜି ବନକଲାଗି ନୀତି ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ ।

  • Tags:

Subscribe

National International State Sports Entertainment