ପ୍ରତିଦିନ ଖାଆନ୍ତୁ ଭୃସଙ୍ଗ ପତ୍ର, ମିଳିବ ଅନେକ ରୋଗରୁ ମୁକ୍ତି
Khabar Odisha:benefit-of-curry-leaves
ଭୁବନେଶ୍ୱର, ନଭେମ୍ବର ୧୧, (ଖବର ଓଡିଶା)

 ଭାରତ ହେଉ କିମ୍ବା ଭାରତ ବାହାରେ ବିଶ୍ୱର ଅନେକ ସ୍ଥାନରେ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟାବହାର କରାଯାଇ ଥାଏ । ଆମେ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହି ପ୍ରତ୍ର ବ୍ୟବହାର କରୁ କିନ୍ତ ଏଥିଣେ ଥବବା ଔଷଧୀୟ ଗୁଣ ଆମ ଶରୀର ପାଇଁ ହୋଇଥାଏ ବହୁତ ଉପକାରୀ । ଭୃଷୁଙ୍ଗ ପତ୍ର ପେଟରେ ପିତ୍ତ ଦୋଷକୁ ଦୂର କରିଥାଏ। ଭୃଷୁଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ବାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ।

ଭୃଷୁଙ୍ଗ ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗସର ଗୁଣ ରହିଥାଏ ଯାହା ତ୍ବଚାକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।

ଭୃଷୁଙ୍ଗ ପତ୍ରରେ ବାୟୁନାଶୀ ଗୁଣ ରହିଥାଏ ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଦୂରରେ ରଖିଥାଏ। ଭୃଷୁଙ୍ଗ ପତ୍ର ଆଣ୍ଟି ବ୍ୟାକ୍ଟେରିଆ ଭଳି କାମ କରିଥାଏ ଯେଉଁଥିରେ ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥିାଏ।

ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଓଜନ କମିଥାଏ। ଏଥିପାଇଁ ପାଣିରେ ୧୦/୨୦ଟି ଭୃଷୁଙ୍ଗ ପତ୍ର ଫୁଟାଇ ଦିଅନ୍ତୁ। ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ଦିଅନ୍ତୁ। ପ୍ରତିଦିନ ଖାଲି ପେଟରେ ଏହାକୁ ପିଅନ୍ତୁ।

ଏଥିରେ ଭିଟାମିନ୍-ଏ ରହିଛି ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ଭିଟାମିନ୍-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ ଯାହା ଦ୍ବାରା ଆଖିର ଦୃଷ୍ଟିଶକ୍ତି କମିଯାଇଥାଏ। ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।

Subscribe

National International State Sports Entertainment