ଶସ୍ତା ହେଲା ରେଡମି ୬, ଫ୍ଲିପକାର୍ଟ ଦେଉଛି ଆକର୍ଷଣୀୟ ଅଫର
Khabar Odisha:odisha-business-redmi-mi6-price
ନୂଆଦିଲ୍ଲୀ, ଜାନୁଆରୀ ୧୧(ଖବର ଓଡିଶା):

ମୋବାଇଲ କମ୍ପାନୀ ସାଓମୀ ଲଗାତାର ଭାବେ କିଛି ଦିନ ମଧ୍ୟରେ ପାଂଚୋଟି ବଡ ଘୋଷଣା କରିଛି । ଯେଉଁଥିରେ କମ୍ପାନୀ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନର ମୂଲ୍ୟରେ ହ୍ରାସ କରିଛି । କମ୍ପାନୀର ଭାରତ ମୁଖ୍ୟ ମନୁ ଜେନ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, କମ୍ପାନୀ ରେଡମି ୬ର ମୂଲ୍ୟ ହ୍ରାସ କରିଛି । ଏହାର ବର୍ତମାନ ମୂଲ୍ୟ ୭,୯୯୯ ରହିଛି । ପୂର୍ବରୁ ଏହି ଫୋନ ଏହି ମୂଲ୍ୟରେ ଲଂଚ ହୋଇଥିଲା । କିନ୍ତୁ ସମୟକ୍ରମେ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିଲା । ନିକଟରେ କମ୍ପାନୀ ରେଡମି ୬ ପ୍ରୋ, ରେଡମି ୱାଇ ୨, ଏମଆଇ ଏ୨ର ମୂଲ୍ୟ କମ କରିଛି । ଗତବର୍ଷ ରେଡମି୬ର ମୂଲ୍ୟ ୮,୪୯୯ ରହିଥିଲା । ଯାହାର ମୂଲ୍ୟ ବର୍ତମାନ ୧୦୦୦ ଟଙ୍କା କମ କରିଛି କମ୍ପାନୀ । 

ଏହି ସ୍ମାର୍ଟଫୋନକୁ ଫ୍ଲିପକାର୍ଟ ଏବଂ ଏମଆଇ.କମରେ କିଣି ହେବ । କମ୍ପାନୀର ଏହି ଫୋନ ଉଭୟ ୩ଜିବି ରାମ ୩୨ଜିବି ମେମୋରୀ ଏବଂ ୬୪ ଜିବି ମେମୋରୀରେ ଉପଲବ୍ଧ ହେଉଛି । କିନ୍ତୁ ୩୨ଜିବି ମେମୋରୀ ଥିବା ସ୍ମାର୍ଟଫୋନର ପ୍ରାଇସକୁ କମ୍ପାନୀ କମ କରିଛି । ଏହି ଫୋନରେ ୫.୫ ଇଂଚର ଏଚଡି ଡିସପ୍ଲେ ରହିଛି । ଏହାସହ ପି୨୦ ପ୍ରୋସେସର ମଧ୍ୟ ଦିଆ ଯାଇଛି । ଏହାର କ୍ୟାମେରା କ୍ୱାଲିଟି ଅଧିକ ଉନ୍ନତ । ଏହି ଫେନାରେ ୧୬ ଏମପି ଏବଂ ୫ ଏମପିର ରିୟର କ୍ୟାମେରା ରହିଛି । 

ଫ୍ଲିପକାର୍ଟରେ ଏହି ଫୋନ କିଣିବା ଉପରେ ଅନେକ ଅଫର ରହିଛି । ଆକ୍ସିସ ବ୍ୟାଙ୍କ ଡେବିଟ କାର୍ଡରେ କିଣିଲେ ଫୋନ ଉପରେ ୫ପ୍ରତିଶତର କ୍ୟାଶବ୍ୟାକ ମିଳୁଛି । ଏକ୍ସଚେଂଜ ଅଫର ମଧ୍ୟ କମ୍ପାନୀ ପ୍ରଦାନ କରୁଛି ।

Subscribe

National International State Sports Entertainment