ଭାରତକୁ ମିଳିଗଲା ଉଡ଼ନ୍ତା ପରୀ, ୧୮ ବର୍ଷର ହିମା ଭାଙ୍ଗିଲେ ପିଟି ଉଷା ଏବଂ ମିଲଖାଙ୍କ ରେକର୍ଡ଼
Khabar Odisha:Hima-das-won-gold-medal-world-athlete
ନୂଆଦିଲ୍ଲୀ, ଜୁଲାଇ ୧୩(ଖବର ଓଡ଼ିଶା) :

ଭାରତର ହିମା ଦାସ ଗୁରୁବାର ଫିନଲାଣ୍ଡର ଟେମ୍ପେରେ ଜାରୀ ଆଇଏଏଫ ୨୦ ବର୍ଷରୁ କମ ମହିଳା ଚମ୍ପିୟନ ସିପରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ହିମା ଦାସ ଏହି ଉପଲବ୍ଧି ହାସଲ କରି ପିଟି ଉଷା ଏବଂ ମିଲଖା ସିଂହଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ହିମା ଦାସଙ୍କ ପୂର୍ବରୁ କୌଣସି ମହିଳା ବା ପୁରୁଷ ଖେଳାଳୀ ଜୁନିଅର କିମ୍ବା ସିନିୟର କୌଣସି ସ୍ତରରେ ବିଶ୍ୱ ଚମ୍ପିୟନସିପରେ ସ୍ୱର୍ଣ୍ଣ କିମ୍ବା କୌଣସି ମଡ଼େଲ ଜିତି ପାରିନାହାନ୍ତି । ହିମା ଦାସଙ୍କ ପୂର୍ବରୁ ମିଲଖା ଏବଂ ପିଟି ଉଷା ଭଲ ପ୍ରଦର୍ଶନ କରିଥିଲେ । ପିଟି ଉଷା ୧୯୮୪ ଅଲିମ୍ପିକରେ ୪୦୦ ମିଟର ହର୍ଡ଼ଲ ରେସରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ମିଲଖା ସିଂହ ୧୯୬୦ ରୋମ ଅଲିମ୍ପିକରେ ୪୦୦ ମିଟର ରେସରେ ଚତୁର୍ଥ ସ୍ଥାନରେ ଥିଲେ । ଏହି ଦୁଇଜଣଙ୍କ ବ୍ୟତୀତ କେତେକ ଖେଳାଳୀ ଟ୍ରେକ ଇଭେଣ୍ଟରେ ପଦକର ପାଖାପାଖି ମଧ୍ୟ ପହଂଚି ପାରିନାହାନ୍ତି । ହିମା ରାଟିନା ଷ୍ଟାଡ଼ିୟମରେ ଖେଳା ଯାଇଥିବା ଫାଇନାଲରେ ୫୧.୪୬ ସେକେଣ୍ଡ ସମୟ ଭିତରେ ବିଜୟୀ ପ୍ରାପ୍ତ ହୋଇଛନ୍ତି । ଏଥଲେଟିକ ଫେଡ଼େରେସନ ଅଫ ଇଣ୍ଡିଆ ହିମା ଦାସଙ୍କ ଯୋରଦାର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । 

  • Tags:

Subscribe

National International State Sports Entertainment