ଇନ୍ଦୋର ବିମାନ ବନ୍ଦର ଟଏଲେଟରୁ ମିଳିଲା ୩ କିଲୋରୁ ଅଧିକ ସୁନା
Khabar Odisha:Unclaimed-Gold-Seized-From-A-Toilet-Of-An-Aircraft-Parked-In-Indore-Airport
ନୂଆଦିଲ୍ଳୀ, ମେ’ ୧୬ (ଖବର ଓଡିଶା)

ଇନ୍ଦୋରର ଦେବୀ ଅହଲ୍ୟା ବାଈ ହୋଲକର ବିମାନ ବନ୍ଦରର ପାର୍କିଂ ଏରିଆରେ ଛିଡା ହୋଇଥିବା ଏକ ବିମାନର ଟଏଲେଟରୁ ତିନି କିଲୋରୁ ଅଧିକ ସୁନା ମିଳିଛି । ଡାଇରେକ୍ଟରେଟ ଅଫ ରେଭିନ୍ୟୁ ଇଂଟାଲିଜେନ୍ସ (ଡିଆରଆଇ) ପ୍ରାରମ୍ଭିକ ସ୍ତରରେ ସ୍ପଷ୍ଟ କରିଛି କି ଏହି ସୁନା ବିଦେଶରୁ ଚୋରାରେ ଅଣାଯାଇଛି । 

ମଙ୍ଗଳବାର ରାତିରେ ଏହି ସୁନା ମିଳିଥିଲା କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହାର ମାଲିକଙ୍କ ପରିଚୟ ମିଳିପାରି ନାହିଁ । ଯେଉଁ ବିମାନ ଟଏଲେଟରୁ ଏହାକୁ ଲୁଚା ଯାଇଥିଲା । ସେହି ବିମାନ ଗତ ସପ୍ତାହରେ ଆର୍ନ୍ତଜାତୀୟ ଉଡାଣ ପାଇଁ ଉଡିଥିଲା । ଏହା ଆଶଙ୍କା କରାଯାଉଛି କି, ଏହି ସମୟରୁ ବିଦେଶରୁ ଏହି ସୁନାକୁ ଚୋରି କରି ଆଣାଯାଇ ଏଥିରେ ଲୁଚାଇ ଦିଆଯାଇ ଥାଇପାରେ । ଚୋର ଏହି ବିମାନର ଡୋମେଷ୍ଟିକ ବିମାନରେ କନର୍ଭଟ ହେବାପରେ ଏହାକୁ କାଢିବାକୁ ସଠିକ୍ ସମୟର ଅପେକ୍ଷା କରିଥିଲା । 

ସୂଚନାଯୋଗ୍ୟ କି, ବିମାନକୁ ଡୋମେଷ୍ଟିକ ବିମାନରେ ବଦଳା ଯିବା ପରେ ଦେଶର ଯେ ଯେକୌଣସୀ ଛୋଟ ଏୟାରପୋର୍ଟରେ ଏହାକୁ ବାହାର କରି ବାହାରକୁ ନେଇଯିବା ସହଜ ହୋଇଥାଏ । ଏୟାରପୋର୍ଟ ଡାଇରେକ୍ଟର ଅର୍ୟମା ସାନ୍ୟାଲଙ୍କ ମୁତାବିକ ବିମାନ ଆସିବା ପରେ ଏୟାରଲାଇନ ସିକ୍ୟୁରିଟି ଏହାର ଯାଂଚ କରି ସାରିବା ପରେ ଏହାକୁ ସଫା କରାଯାଇଥାଏ । ସଫା ସମୟରେ ହିଁ ଏହି ସୁନା ଜବତ ହୋଇଛି । 

 
 

  • Tags:

Subscribe

National International State Sports Entertainment