‘ସୋନଚିଡିୟା’ଟ୍ରେଲର ରିଲିଜ, ଦମଦାର ଭୂମିକାରେ ନଜର ଆସିବେ ସୁଶାନ୍ତ ସିଂହ ରାଜପୁତ ଓ ମନୋଜ ବାଜପାୟୀ
Khabar Odisha:son-chiraiya-trailer-release-sushant-singh-rajput-dacoit-role-bhumi-pednekar-lead-role
ମୁମ୍ବାଇ, ଜାନୁଆରୀ ୧୦(ଖବର ଓଡିଶା):

ଚମ୍ବଲର ବିଦ୍ରୋହକାରୀଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସୋନଚିଡିୟା’ର ଟ୍ରେଲର ଜାନୁଆରୀ ୭ରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂହ ରାଜପୁତ ଓ ମନୋଜ ବାଜପାୟୀ ଚମ୍ବଲ ଡାକୁ ଭୂମିକାରେ ଅଛନ୍ତି । ଭୂମି ପେଦନେକର ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି । ୨ମିନିଟ ୨୮ ସେକେଣ୍ଡର ଏହି ଟ୍ରେଲରରେ ଚମ୍ବଲର ଡାକୁମାନଙ୍କ କାହାଣୀକୁ ଦେଖାଯାଇଛି । 

ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ସୋନଚିଡିୟା’ ଚଳଚ୍ଚିତ୍ରଟି ୨୦୧୯ ଫେବୃଆରୀ ୮ରେ ମୁକ୍ତି ଲାଭ କରିବ । ଫିଲ୍ମଟି ଆକ୍ସନରେ ଭରପୁର ରହିଛି ଓ ଏହାର ଟାଗ୍ ଲାଇନରେ ‘ ବୈରୀ ବେଇମାନ, ବାଗୀ ସାବଧାନ’ଲେଖାଯାଇଛି । ଏହାର ଟ୍ରେଲର ରିଲିଜ ହେବା ପୂର୍ବରୁ ଟିଜର ଓ ପୋଷ୍ଟର ରିଲିଜ ହୋଇଥିଲା । ଫିଲ୍ମକୁ ବାସ୍ତବିକ ରୂପ ଦେବା ପାଇଁ ଏହାକୁ ଚମ୍ବଲରେ ସୁଟିଂଗ କରାଯାଇଛି । ଚଳଚ୍ଚିତ୍ର ସୁଟିଂଗ ବେଳେ ଭୂମି ଏକ ସାନଦାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । 

Subscribe

National International State Sports Entertainment