ଦୁର୍ବ୍ୟବହାର ଅଭିଯୋଗରେ ଦୁବାଇରେ ଗିରଫ ହେଲେ ମିକା ସିଂହ
Khabar Odisha:singer-mika-singh-detained-in-dubai-for-sexual-misconduct
ଦୁବାଇ,ଡିସେମ୍ବର୦୬(ଖବର ଓଡ଼ିଶା):

 ଗାୟକ ମିକା ସିଂହଙ୍କୁ ଦୁବାଇରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଅଟକ ରଖାଯାଇଛି।  ଦୁବାଇ ପୋଲିସ ମିକାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି। ମିକାଙ୍କ ଉପରେ ଜଣେ ୧୭ ବର୍ଷୀୟ ବ୍ରାଜିଲିୟନ ଯୁବତୀଙ୍କୁ ଯୌନ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି।

ମିଡିଆ ରିପୋର୍ଟ ଅନୁସାରେ ମିକାଙ୍କୁ ଦୁବାଇ ପୋଲିସ ସକାଳ ୩ଟାରେ ଏକ ବାରରୁ ଗିରଫ କରି ମୁରକ୍କାବାତ ଥାନାରେ ଅଟକ ରଖିଛି। ତାଙ୍କ ଉପରେ ୧୭ବର୍ଷୀୟ ବ୍ରାଜିଲିୟନ ଯୁବତୀଙ୍କ ଆପତ୍ତିଜନକ ଫଟୋ ପଠାଇବାର ଆରୋପ ଲାଗିଛି। ସୂଚନା ମୁତାବକ ଦୁବାଇ ଏକ ବଲିଉଡ କାର୍ଯ୍ୟକ୍ରମ ପାଇଁ ଦୁବାଇରେ ଥିଲେ। ପୋଲିସ ହାତରେ ଧରା ପଡ଼ିବା ପରେ ସେଠାରେ ତାଙ୍କର ସାଥୀ ତାଙ୍କର ଜାମିନ ପାଇଁ ଉଦ୍ୟମ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଦୁଇ ଦିନ ପୂର୍ବେ ମିକା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁବାଇ ଇଭେଣ୍ଟର ଏକ ଭିଡ଼ିଓ ସେୟାର କରିଥିଲେ। ସେଥିରେ ସେ ଲେଖିଥିଲେ ଯେ  ଦୁବାଇରେ ମୁଁ ଆପଣଙ୍କ ସହରରେ ରହିଛି ଏବଂ ପ୍ରଥମ ଥର ମୋଷ୍ଟ ପପୁଲାର ଆଓ୍ଵାର୍ଡ ‘ଦ ମସାଲା ଆଓ୍ଵାର୍ଡ’ ଫଙ୍କସନରେ ଯୋଗ ଦେବାକୁ ଆସିଛି। 

ଏଠାରେ କହି ରଖୁଛୁ ଯେ ଏହା ପୂର୍ବରୁ ମିକା ସିଂହ ଅନେକ ବିବାଦରେ ଫସିଛନ୍ତି। ୨୦୧୫ରେ ମିକାଙ୍କୁ ଦିଲ୍ଲୀର ଜଣେ ଡାକ୍ତରଙ୍କୁ କାର୍ଯ୍ୟକ୍ରମ ସମୟରେ ଥାପଡ଼ ମାରିବା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୦୬ରେ ରାକ୍ଷୀ ସାଓ୍ଵନ୍ତଙ୍କୁ ମୁମ୍ବାଇରେ ଏକ ଜନ୍ମଦିବସ ସମାରୋହରେ ବଳପୂର୍ବକ ଚୁମ୍ବନ ଦେବା ମାମଲାରେ ମଧ୍ୟ ମିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୪ରେ ସେ ହିଟ୍ ଆଣ୍ଡ ରନମାମଲାରେ ଫସିଥିଲେ। ସେହି ସମୟରେ ସେ ନିଜର କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ। 

Subscribe

National International State Sports Entertainment