ନୂଆଦିଲ୍ଲୀ, ଡିସେମ୍ବର ୧, (ଖବର ଓଡିଶା)
ସାଉଥର ମେଗାଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ୨.୦ ବକ୍ସ ଅଫିସରେ ନିଜର ଯାଦୁ ଦେଖାଇଛି । ଦର୍ଶକ ଦୀର୍ଘ ଦିନରୁ ଏହି ସିନେମାକୁ ଅପେକ୍ଷା କରି ରହିଥିଲେ । ରଜନୀକରନ୍ତଙ୍କ ସିନେମା ୨.୦ ରିଲିଜ ହେବା ଦିନରୁ ହିଁବକ୍ସ ଅଫିସରେ ଧମାଲ ମଚାଇଛି । ବର୍ତମାନ ସିନେମାର ହିନ୍ଦୀ ଭର୍ସନର ଆୟ ସାମନାକୁ ଆସିଛି ।
ସିନେ ସମୀକ୍ଷକଙ୍କ ତରଣ ଆଦର୍ଶଙ୍କ ଟ୍ୱିଟ ମୁତାବିକ୍ ଫିଲ୍ମର ହିନ୍ଦି ଭର୍ସନ ଦୁଇ ଦିନରେ ୩୮.୨୫ କୋଟି ଆୟ କରିଛି । ଏହି ସିନେମା ଗୁରୁବାର ୨୦.୨୫ କୋଟି ଆୟ କରିଥିବା ବେଳେ, ଶୁକ୍ରବାର ଏହା ୧୮ କୋଟି ଆୟ କରିଛି । ଏହି ସନେମାରେ ପ୍ରଥମ ଥର ରଜନୀକାନ୍ତ ସହିତ ବଲିଉଡ ଷ୍ଟାର ଅକ୍ଷୟ କୁମାର କାମ କରିଛନ୍ତି । ଫିଲ୍ମରେ ଅକ୍ଷୟ ନେଭେଟିଭ ରୋଲରେ ଅଭିନୟ କରୁଛନ୍ତି ।
ଏହା ବ୍ୟତିତ ବିଦେଶରେ ମଧ୍ୟ ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଅଷ୍ଟ୍ରେଲିଆ , ଆମେରିକା, ଓ ନ୍ୟୁଜଲାଣ୍ଡରେ ମଧ୍ୟ ଭଲ ଆୟ କରିଛି । ଏସ. ଶଙ୍କରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ସିନେମା ଅଷ୍ଟ୍ରେଲିଆରେ ୩ଟି ସ୍କ୍ରିନରେ ୫୯ ଲକ୍ଷ ଲକ୍ଷ ଟଙ୍କା , ନ୍ୟୁଜଲାଣ୍ଡରେ ୧୮ଟି ସ୍କ୍ରିନରେ ୧୧.୧୧ ଲକ୍ଷ ଟଙ୍କା ଆୟ କାରିଛି । ପାକିସ୍ତାନରେ ମଧ୍ୟ ଏହି ସିନେମା ୭୫ଟି ସ୍ଥାନରେ ରିଲିଜ ହୋଇଛି ।