ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ର ଫାଷ୍ଟ ଲୁକ ପୋଷ୍ଟର ରିଲିଜ
Khabar Odisha:PM-Narendra-Modi-first-look-Poster
ନୂଆଦିଲ୍ଲୀ,ଜାନୁଆରୀ ୦୭ ( ଖବର ଓଡିଶା)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । ଏହି ସିନେମାରେ ବିବେକ ଓବେରୟ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜରକୁ ଆସିଛନ୍ତି । ରିଲିଜ ହୋଇଥିବା ପୋଷ୍ଟରରେ ବିବେକ ମୋଦୀଙ୍କ ପରି ଦେଖାଯାଉଛନ୍ତି । ପୋଷ୍ଟର ପଛ ପଟେ ତ୍ରୀରଙ୍ଗା ଉଢୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ସହିତ ଦେଶ ଭକ୍ତି ହିଁ ମୋର ଶକ୍ତି ଏହି ସିନେମାଟିର ପଞ୍ଚ ଲାଇନ ରହିଛି । ଏହି ପୋଷ୍ଟରକୁ ୨୩ଟି ଭାଷାରେ ରିଲିଜ କରାଯାଇଛି । ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ଦେଖିବାକୁ ଗଲେ ଏହା ଆସନ୍ତା ନିର୍ବାଚରେ ମୋଦୀଙ୍କ ପାଇଁ ମାଷ୍ଟର ଷ୍ଟ୍ରୋକ ହୋଇପାରେ । 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣନବୀଜ ଏହି ଫିଲ୍ମର ପାଷ୍ଟ ଲୁକର ପୋଷ୍ଟରକୁ ସଞ୍ଚ କରିଛନ୍ତି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ନିଜ ଟ୍ୱିଟର ଏକାଉଣ୍ଟରେ ଏହାକୁ ସେୟାର କରିଛନ୍ତି । ବିବେକ ଏହି ପୋଷ୍ଟରକୁ ଟ୍ୱିଟ କରି ଲେଖିଛନ୍ତି ଯେ ଏହି ମୁଭିର ସଫଳତା ଆପଣଙ୍କ ଆର୍ଶିବାଦ କାମନା କରୁଛୁ । ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଶୀଘ୍ର ସିମେନା ଘରରେ ରିଲିଜ ହେବ । 

ମିଡିଆ ରିପୋର୍ଟ ଆନୁସାରେ ଏହି ପ୍ରୋଜେକ୍ଟ ପାଇଁ ଦୀର୍ଘ ଦୁଇ ବର୍ଷ ଧରି କାମ କରୁଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ପାଇଁ ପରେଶ ରାୱଲ କାମ କରିବେ ବୋଲି ଖବର ସାମ୍ନାକୁ ଆସିଥିଲା । ପରେ ମୋଦୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ବିବେକଙ୍କରେ ସହମତି ହୋଇଥିଲା । ପୋଷ୍ଟର ରିଲିଜ ହେବା ପରେ ଏବେ ଫିଲ୍ମର ପ୍ରଥମ ଟ୍ରିଜର ଓ ଟ୍ରେଲର ଅପେକ୍ଷାରେ ଦର୍ଶକ ଅଛନ୍ତି । 

Subscribe

National International State Sports Entertainment