ଆମେରିକା ଏବଂ ଚୀନ ଟ୍ରେଡୱାର ପ୍ରଭାବ: ୫୦୦ ଅଙ୍କ ଖସିଲା ମୁମ୍ବାଇ ସେନସେକ୍ସ୍
Khabar Odisha:sensex-today-live-11-september-2018-sensex-and-nifty-opens-in-green
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା):

ଟଙ୍କା ରେକର୍ଡ୍ ସ୍ତରରେ ଦୁର୍ବଳ ହେବା ଏବଂ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ୍ ୱାରର ସିଧାସଳଖ ପ୍ରଭାବ ପଡିଛି ଭାରତୀୟ ବଜାରରେ । ଆଜି ଦିନରେ ସେନସେକ୍ସ୍ ୫୦୦ ପଏଁଟ ତଳକୁ ଖସି ଆସିଛି । ଏହା ସହ ନିଫ୍ଟିରେ ମଧ୍ୟ ଦ୍ରୁତ ହ୍ରାସ ଘଟିଛି । ସେନସେକ୍ସ୍ ୫୦୯.୦୪ ଅଙ୍କ ତଳକୁ ଖସି ୩୭,୪୧୩ ଏବଂ ନିଫ୍ଟି ୧୫୦ ଅଙ୍କ ଖସି ୧୧୨୮୭ରେ ବନ୍ଦ ହୋଇଛି । ସେହିପରି ଡଲାର ତୁଳନାରେ ଟଙ୍କା ୭୨.୬୯ରେ ପହଁଚି ଯାଇଛି । 

ମୁମ୍ବାଇ ସେୟାର ବଜାରର ୩୦ଟି ସେୟାର ଉପରେ ଆଧାରିତ ସେନସେକ୍ସ୍ ସକାଳେ ୮୯.୪୫ ଅଙ୍କ ବୃଦ୍ଧି ଘଟି ୩୮,୦୦୦ ପାର୍ କରିଥିଲା । ସେହିପରି ନିଫ୍ଟି ମଧ୍ୟ ୧୧,୪୬୮ ଅତିକ୍ରମ କରିଥିଲା । କିନ୍ତୁ କିଛି ସମୟ ପରେ ଏହି ଅଙ୍କରେ ହ୍ରାସ ପରିଲକ୍ଷିତ ହୋଇଥିଲା । 

ବିଏସଇ ସେନସେକ୍ସରେ ଟାଟା ଷ୍ଟିଲ୍, ପିଏଫସି, ସ୍ୱାନ ଏନର୍ଜୀ, ଏମଏଫଏସଏଲ, ଟାଇଟନ, ଆଇଟିସି ଆଦି କମ୍ପାନୀର ସେୟାର ତଳକୁ ଖସିଥିଲା । ତେବେ ବ୍ରୋକରଙ୍କ କହିବାନୁଯାୟୀ, ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ଶୀତଳ  ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାର କ୍ଷତିରେ ଚାଲୁଛି । ଆଗାମୀ ଦିନରେ ଏହା ଆହୁରି ହ୍ରାସ ଘଟିବ । 

  • Tags:

Subscribe

National International State Sports Entertainment