ଏୟାରଲାଇନ୍‌ ଭଳି ରେଳଯାତ୍ରୀଙ୍କୁ ମିଳି ପାରିବ ଆରକ୍ଷଣ ସମୟରେ ଉପଲବ୍ଧ ସିଟର ସୂଚନା
Khabar Odisha:like-airlines-railways-may-soon-make-public-status-of-reserved-vacant-seats-in-trains

ନୂଆଦିଲ୍ଲୀ, ଜାନୁଆରୀ ୦୪ (ଖବର ଓଡ଼ିଶା): ଭାରତୀୟ ରେଳ ଏୟାରଲାଇନ୍‌ ଭଳି ଏକ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଏୟାରଲାଇନ୍‌ ଭଳି ରେଳଯାତ୍ରୀମାନଙ୍କୁ ଆରକ୍ଷଣ ସମୟରେ ଉପଲବ୍ଧି ସିଟ୍‌ ସଂପର୍କରେ ସୂଚନା ମିଳିପାରିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି, ରେଳବାଇ ସୂଚନା ପ୍ରଣାଳୀ କେନ୍ଦ୍ର (କ୍ରିସ) ସାହାଯ୍ୟରେ ଆରକ୍ଷଣ ଚାର୍ଟକୁ ସାର୍ବଜନୀନ କରାଯାଉ। ଏହାଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ଓ ସିଟ ଉପଲବ୍ଧତା ନେଇ ଅଭିଯୋଗ ହ୍ରାସ ପାଇବ। 

ଯେତେବେଳେ ଜଣେ ଯାତ୍ରୀ ଏୟାରଲାଇନର ୱେବସାଇଟ ମାଧ୍ୟମରେ ସିଟ ବୁକ କରିଥାଏ, ଏହା ସିଟିଙ୍ଗ ରୂପରେଖ ଭିନ୍ନ ଭିନ୍ନ ରଙ୍ଗରେ ଦେଖାଇଥାଏ। ଏହା ଦ୍ୱାରା ଯାତ୍ରୀ ସିଟର ଉପଲବ୍ଧତା ଅତି ସହଜରେ ଜାଣିପାରିଥାଏ। ସୂତ୍ର ଅନୁସାରେ ଏୟାରଲାଇନରେ ଯାତ୍ରୀ ନିଜର ସୁବିଧା ଅନୁସାରେ ସିଟ ଚୟନ କରିଥାଏ ଏବଂ କ୍ଷମତା ଅନୁସାରେ ଭୁଗତାନ କରିଥାଏ। ରେଳବାଇ ଏହି ବ୍ୟବସ୍ଥାକୁ ପରେ ଲାଗୁ କରିବ। 

ଏବେ ଆରକ୍ଷଣ ସୁବିଧା ସାର୍ବଜନୀକ କରିବା ଜରୁରୀ ହୋଇପଡ଼ିଛି। ଏହା ଦ୍ୱାରା ଯାତ୍ରୀ କୌଣସି ସ୍ୱତନ୍ତ୍ର ଟ୍ରେନରେ ବୁକିଙ୍ଗର ସ୍ଥିତି ଦେଖିପାରିବ। ଏୟାରଲାଇନ ଭଳି ଏହି ବୁକିଙ୍ଗ କରୁଥିବା ଯାତ୍ରୀ ସିଟର ରଂଗକୁ ଦେଖି ପୂର୍ବରୁ ବୁକିଙ୍ଗ ହୋଇଥିବା ସିଟ ବାବଦରେ ଜାଣିପାରିବେ। ସିଟ ଚୟନ ପାଇଁ ବିକଳ୍ପ ବ୍ୟବସ୍ଥା ହେବ। 

  • Tags:

Subscribe

National International State Sports Entertainment