ଫେବୃଆରୀ ୧ରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍, ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ
Khabar Odisha:budget-session-will-be-played-from-january-31-to-february-13-
ନୂଆଦିଲ୍ଲୀ,ଜାନୁଆରୀ୦୯(ଖବର ଓଡିଶା):

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ ୨୦୧୯ର ଅନ୍ତରୀଣ ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାରକୁ ନେଇ ହୋଇଥିବା କ୍ୟାବିନେଟ୍ ମିଟିଂ(ସିସିପିଏ)ର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ। ଅର୍ଥ ମନ୍ତ୍ରଣାଳୟ ୨୦୧୯ ପାଇଁ ଅନ୍ତରୀଣ ବଜେଟ୍ ପ୍ରସ୍ତୁତ କରିବାର କାମ ଆରମ୍ଭ ହୋଇ ଯାଇଛି। ମନ୍ତ୍ରଣାଳୟ ବଜେଟ୍ ଭାଷଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିଜର ରାୟ ଦେଇ ସାରିଛି।  ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ  ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ଏହା ହେଉଛି ଶେଷ ବଜେଟ୍। 

୨୦୧୯ ଫେବୃଆରୀ ୧ରେ ସଂସଦର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯିବ। ଏହି ବଜେଟ୍ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ କରାଯିବ। ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଉପସ୍ଥାପନ କରିବେ। ୨୦୧୭ରେ ପ୍ରଥମ ଥର ରେଳ ବଜେଟ୍ ଓ ସାଧାରଣ ବଜେଟ୍ ଏକ ସଙ୍ଗେ ଉପସ୍ଥାପନ କରାଯାଇଥିଲା। ମୋଦୀ ସରକାର ରେଳ ବଜେଟ୍ ଓ ସାଧାରଣ ବଜେଟକୁ ଅଲଗା ଅଲଗା  ଉପସ୍ଥାପନ କରିବାର ପରମ୍ପରାକୁ ସମାପ୍ତ କରିଥିଲେ।  ଏବେ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଗୋଟିଏ ସଙ୍ଗେ ଉପସ୍ଥାପନ  ହେଉଛି। 

ହୋଇପାରେ ଏହି ଘୋଷଣା

ନିର୍ବାଚନ ପୂର୍ବରୁ ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଖୁସି କରିବା ପାଇଁ  ଉଦ୍ୟମ କରିବାରେ ଜୁଟି ଯାଇଛନ୍ତି। ସୂଚନା ମୁତାବକ ଅନ୍ତରୀଣ ବଜେଟରେ ମୋଦୀ ସରକାର  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଜେଟ୍ ୫୦ ପ୍ରତିଶତ ବୃଦ୍ଧି କରି ପାରନ୍ତି। ସରକାରଙ୍କୁ ଲାଗୁଛି ଯେ ଏହି ମହତ୍ଵକାଂକ୍ଷୀ ଯୋଜନା ଲୋକସଭାରେ ପାର୍ଟିକୁ  ମଧ୍ୟବର୍ତ୍ତୀ ଶ୍ରେଣୀର ଭୋଟ୍ ଦେବାରେ ସହାୟକ ହୋଇପାରେ। 

Subscribe

National International State Sports Entertainment