ଶସ୍ତାରେ କିଣନ୍ତୁ ସ୍ମାର୍ଟଫୋନ୍‌: ଆସିଛି ସୁଯୋଗ, ଆମାଜନ୍‌ ସେଲ୍‌ରେ ୫ ଫୋନ୍‌ରେ ରିହାତି
Khabar Odisha:Best-deal-in-Amazon-great-Indian-festival-sale-here

ନୂଆଦିଲ୍ଲୀ, ନଭେମ୍ବର ୦୩ (ଖବର ଓଡ଼ିଶା): ଦୀପାବଳି ପର୍ବ ଅବସରରେ ନଭେମ୍ବର ୨ରୁ ଆମାଜନ ପକ୍ଷରୁ ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ସେଲ୍‌ ଆରମ୍ଭ ହୋଇ ଯାଇଛି। ଚାରି ଦିନିଆ ଏହି ରିହାତି ପ୍ରକ୍ରିୟା ନଭେମ୍ବର ୫ ଯାଏ ଜାରି ରହିବ। ଇ-କମର୍ସ ୱେବ୍‌ସାଇଟ୍‌ର ଦୀପାବଳି ସେଲର ଏହା ହେଉଛି ୩ୟ ସଂସ୍କରଣ। ସେଲ୍‌ରେ ଗ୍ରାହକଙ୍କୁ ସ୍ମାର୍ଟଫୋନ୍‌, ଏଲଇଡି ଟିଭି, ଇଲେକଟ୍ରୋନିକ୍ସ ଏବଂ ଅନ୍ୟ ସାମଗ୍ରୀ ରିହାତି ଦରରେ ମିଳୁଛି। ଆମାଜନ ଏଚଡିଏଫସି ବ୍ୟାଙ୍କ ସହିତ ପାଟନରସିପ କରିଛି। ଏଚ୍‌ଡିଏଫ୍‌ସି ଡେବିଟ ଅଥବା କ୍ରେଡିଟ କାର୍ଡରେ ଜିନିଷ କିଣିଲେ ୧୫୦୦ ଟଙ୍କା ପର‌୍ୟ୍ୟନ୍ତ ଇନ୍‌ଷ୍ଟାଣ୍ଟ ରିହାତି ଦେଉଛି। ଏଥି ସହିତ ଆମଜନ ଇଣ୍ଡିଆ ୫ଟି ଫୋନ୍‌ ଉପରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା କରିଛି। 

ସାମସଙ୍ଗ ଗ୍ୟାଲେକ୍ସି ଏସ୍‌୯ ପ୍ଲସ

ପ୍ରକୃତ ମୂଲ୍ୟ: ୭୯,୦୦୦ ଟଙ୍କା 

ରିହାତି ମୂଲ୍ୟ: ୬୯,୯୦୦ ଟଙ୍କା 

ସୁବିଧା: ୬ଜିବି ର‍୍ୟାମ୍‌, ୩୫୬ଜିବି ଷ୍ଟୋରେଜ

ପୁରୁଣା ସ୍ମାର୍ଟଫୋନ୍‌ ବଦଳରେ କିଣିଲେ ୧୦ ହଜାର ଟଙ୍କା ଅତିରିକ୍ତ ରିହାତି। 

ସାମସଙ୍ଗ ଗ୍ୟାଲେକ୍ସି ଏ୮+

ବଜାର ପ୍ରବେଶ ମୂଲ୍ୟ: ୪୧,୯୦୦ ଟଙ୍କା

ପ୍ରକୃତ ମୂଲ୍ୟ: ୨୩,୯୯୦ ଟଙ୍କା 

ରିହାତି ମୂଲ୍ୟ: ୧୮,୮୫୪ ଟଙ୍କା 

ସୁବିଧା: ୬ଜିବି ର‍୍ୟାମ୍‌, ୬୪ଜିବି ଷ୍ଟୋରେଜ

ଭିଭୋ ଭି୯ ପ୍ରୋ

ପ୍ରକୃତ ମୂଲ୍ୟ: ୧୯,୯୯୦ ଟଙ୍କା 

ରିହାତି ମୂଲ୍ୟ: ୧୭,୯୯୦ ଟଙ୍କା 

ଏକ୍ସଚେଞ୍ଜ ରିହାତି: ୧୬,୧୯୧ ଟଙ୍କା

ସୁବିଧା: ୬ଜିବି ର‍୍ୟାମ୍‌, ସ୍ନାପଡ୍ରାଗନ ୬୬୦ ଏଆଇଇ୩୫୬ଜିବି ଷ୍ଟୋରେଜ 

ହୋନର ପ୍ଲେ

ପ୍ରକୃତ ମୂଲ୍ୟ: ୨୧,୯୯୯ ଟଙ୍କା 

ରିହାତି ମୂଲ୍ୟ: ୧୭,୯୯୯ ଟଙ୍କା 

ସୁବିଧା: ୪ଜିବି ର‍୍ୟାମ୍‌, ୯୭୦ ପ୍ରୋସେସର 

ଟେନର ଜୀ

ପ୍ରକୃତ ମୂଲ୍ୟ: ୧୧,୯୯୯ ଟଙ୍କା 

ରିହାତି ମୂଲ୍ୟ: ୯,୯୯୯ ଟଙ୍କା 

ସୁବିଧା: ୪ଜିବି ର‍୍ୟାମ୍‌, ୬୪ଜିବି ଷ୍ଟୋରେଜ

  • Tags:

Subscribe

National International State Sports Entertainment