ଆଜି ନନ୍ଦୋତ୍ସବ : ମଠ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ଦେଖିବାକୁ ମିଳୁଛି ଅପୂର୍ବ ଉତ୍ସାହ
Khabar Odisha:To-day-is-nondostava
ଭୁବନେଶ୍ୱର, ସେପ୍ଟେମ୍ବର ୦୩(ଖବର ଓଡ଼ିଶା) :

ଚଳିତ ଥର ସାରା ଦେଶରେ ଜନ୍ମାଷ୍ଟମୀ ଦୁଇଦିନ ଧରି ପାଳିତ ହୋଇଛି । ଓଡ଼ିଶା ସମେତ ଦେଶର କେତେକ ଅଂଚଳରେ ରବିବାର ଜନ୍ମାଷ୍ଟମୀ ତିଥି ପାଳିତ ହୋଇଥିବାବେଳେ ଆଜି ପାଳିତ ହେଉଛି ନନ୍ଦୋତ୍ସବ । ପୁରୁଣା ଭୁବନେଶ୍ୱରରେ ଥିବା ପ୍ରମୁଖ ମଠ ଗୁଡ଼ିକ ସମେତ ଇସ୍କନ ମନ୍ଦିରରେ ଆଜି ନନ୍ଦୋତ୍ସବର ରୀତିନୀତି କରାଯାଉଛି । ରେଶମ ସହର ବ୍ରହ୍ମପୁରରେ ଗୋପାଳ ସମ୍ପ୍ରଦାୟ ମଧ୍ୟ ବଡ଼ ଉତ୍ସାହର ସହିତ ପାଳନ କରୁଛନ୍ତି ନନ୍ଦୋତ୍ସବ । ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଛନ୍ତି । ଯେମିତି ପ୍ରଭୁ ସେମାନଙ୍କ ଅତି ପାଖରେ ପହଂଚି ଯାଇଛନ୍ତି । ଗୋକୁଳଧାମ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ସଜାଇ ଦିଆଯାଇଛି । ବ୍ରହ୍ମପୁର ଗୋକୁଳଧାମ ମନ୍ଦିରରେ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ସକାଳେ ସ୍ୱତନ୍ତ୍ର ପଂଚାମୃତ ସ୍ନାନ ବିଧି ସମାପନ ହୋଇଛି । ରାଧାବଲ୍ଲଭଙ୍କୁ ପୀତ ବସ୍ତ୍ର ପରିଧାନରେ ସଜାଇ ଦିଆଯାଇଛି । ଭଗବାନଙ୍କ ଧରାବତରଣକୁ ନେଇ ଚାରିଆଡ଼େ ଉତ୍ସାହର ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । 

  • Tags:

Subscribe

National International State Sports Entertainment