ଭୁବନେଶ୍ୱର : ଆସନ୍ତା ୫ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖୀନୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମର୍ଯ୍ୟାଦାଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ସମେତ ଅନ୍ୟାନ୍ୟ ସମ୍ମାନ ପ୍ରଦାନ କରାଯିବ। ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ମରାଠୀ ସାହିତ୍ୟିକ ଜାତୀୟସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ଏପରିକି ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ଲକ୍ଷ୍ୟନେଇ କାର୍ଯ୍ୟ କରୁଥିବା ଡ. ମୁଳେଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବ। ସେହିଭଳି ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ କରାଯିବ।