ପୁରୀ : ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାରପିଟ୍ ଘଟଣାରେ ଜଣେ ସେବାୟତଙ୍କୁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି। ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବନ କରିଛନ୍ତି। ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ୩ ମାସ ପାଇଁ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ । ଯଦି ଆଗକୁ ଏପରି କୌଣସି ବିଶୃଙ୍ଖଳା ନଜରକୁ ଆସେ ତେବେ ଆହୁରି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଥାଉ କି ଗତ କିଛି ଦିନ ତଳେ ପାଦୁକା ଦିଆନିଆକୁ ନେଇ ବିଶ୍ବନାଥ ଖୁଣ୍ଟିଆ ଏବଂ ଅନ୍ୟଜଣେ ସେବାୟତଙ୍କ ମଧ୍ଯରେ ମାଡପିଟ୍ ହୋଇଥିଲା। ଯେଉଁ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା।