ଭୁବନେଶ୍ୱର : ଯାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଛି ଓପନ ନେଟୱର୍କ ଡିଜିଟାଲ ପ୍ଲାଟଫର୍ମ ଓଡିଶା ଯାତ୍ରୀ ଆପ । ଭୁବନେଶ୍ୱର ଭଳି ଓଡିଶା ର କିଛି ସହରରେ ଆରମ୍ଭ ହୋଇଛି ଏଭଳି ଏକ ନୂଆ ଗମନାଗମନ ବ୍ୟବସ୍ଥା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଛି ଓପନ ନେଟୱର୍କ ଡିଜିଟାଲ ପ୍ଲାଟଫର୍ମ ଓଡିଶା ଯାତ୍ରୀ ଆପ । ଯେଉଁଥିରେ ଯାତ୍ରୀ ଦେଉଥିବା ଟଙ୍କା ସିଧାସଳଖ ଡ୍ରାଇଭରଙ୍କ ପକେଟକୁ ଯାଉଛି । ଅନ୍ୟ ପଟେ ଘରୋଇ ଆପ ଭଳି କିଛି କମିଶନ ବି କଟୁନି।
ଭାରତର ଅନ୍ୟାନ୍ୟ କେତେକ ସହର ଭଳି ଓଡିଶା ରେ କେନ୍ଦ୍ର ଓ ରାଜ୍ୟ ସରକାର ପୃଷ୍ଟ ପୃଷକତରେ ଆରମ୍ଭ ହେଇଛି ଓପନ ନେଟୱର୍କ ଡିଜିଟାଲ ପ୍ଲାଟଫର୍ମ ଆପ ଓଡିଶା ଯାତ୍ରୀ । ପୂର୍ବରୁ ଦେଶରେ ବେଙ୍ଗାଲୁର, ହାଇଦ୍ରାବାଦ, କୋଚି ଭଳି ଅନେକ ସହର ରେ କେନ୍ଦ୍ର ସରକାର ବାଣିଜ୍ୟ ମନ୍ତ୍ରାଳୟା ର ପ୍ରୋତ୍ସାହନ ରେ ଏଭଳି ଗମନାଗମନ ବ୍ୟବସ୍ଥା ଆରମ୍ଭ ହୋଇଛି । ବାଣିଜ୍ୟ ମନ୍ତ୍ରାଳୟର ଆନ୍ତବାଣିଜ୍ୟ ବିଭାଗ ପକ୍ଷ ରୁ ଓପନ ନେଟୱର୍କ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସିଧାସଳଖ ଗ୍ରାହକ ଓ ବିକ୍ରେତା ଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରି ସବୁପ୍ରକାର କାରବାର ର କମିଶନ କମେଇବାକୁ ଚେଷ୍ଟା କରାଯାଉଛି ।ଓଡ଼ିଶାରେ ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନୟନ ବିଭାଗ ଓ କୃଟ ଓ ଓଡିଶା ପରିବହନ ସଂସ୍ଥା ଗୁଡିକ ଓଡିଶା ଯାତ୍ରୀ ଆପ କୁ ପ୍ରୋତ୍ସାହନ ଦେଉଛନ୍ତି । ଏହା ଏବେ ଅନ୍ୟାନ୍ୟ ଘରୋଇ ଆପକୁ କଡା ଟକର ଦେବ ।
ଉଲ୍ଲେଖଯୋଗ୍ୟ ଓଡିଶା ଯାତ୍ରୀ ଆପରେ କାର ଵା ଅଟୋ ଭଡାକୁ ସ୍ୱଚ୍ଛ ରଖାଯାଇଛି । ଯେମିତି କାର ୧୦ କି. ମି ଯିବା ପାଇଁ କିଲୋମିଟର ପିଛା ୧୪ ଟଙ୍କା ରଖାଯାଇଥିବା ବେଳେ ପିକଅପ ଚାର୍ଜ ୧୦ ଟଙ୍କା ରଖା ଯାଇଛି । ସେଇଭଳି ଅଟୋ ରେ ୨ କି ମି ପାଇଁ ୩୦ ଟଙ୍କା ଓ ପିକଅପ ଚାର୍ଜ ୧୦ ଟଙ୍କା ରଖାଯାଇଛି ।ଯାତ୍ରୀ ତାଙ୍କ ଯାତ୍ରା ଵା ରାଇଡ ଶେଷ ହେବା ପରେ ଡ୍ରାଇଭର ଙ୍କ UPI ବାରକୋଡ଼ ଜରିଆରେ ଵା ନଗଦ ଟଙ୍କା ଦେଇପାରିବେ । ଆଗକୁ ପ୍ରବାସ ଭାରତୀୟ ସମ୍ମିଳନୀ ଥିବା ବେଳେ ଅତିଥି ମାନଙ୍କ ଯାତାୟାତ ସମୟରେ ଏହି ଆପ ସହାୟକ ହବ ବୋଲି କୁହାଯାଉଛି ।