ଯାଜପୁର : ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା । ଏଥିସହ ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ ରାଜ୍ଯ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେପଟେ ଯାଜପୁର ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନିଜ ଗାଁ ଶ୍ମଶାନରେ ନୀଳମାଧବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୂରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ରବିବାର ବିଧାୟକ ଆକାଶ ଦାସ ନାୟକ ନୀଳମାଧବଙ୍କ ପରିବାରକୁ ଭେଟିଛନ୍ତି । ସେପଟେ ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଓ, ଦୁଇ ଜଣ ଆଇଆଇସି , ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତନାଘନା ଚଳାଇଛନ୍ତି ।
ସୂଚନାଯୋଗ୍ୟ ଶନିବାର ଗ୍ରାହକ ବେଶରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଆସି ଲୁଟ୍ କରିଥିଲେ। ଏହି ସମୟରେ ସାହସିକତା ଦେଖାଇ ୨୪ ବର୍ଷିୟ ନୀଳମାଧବ ପଣ୍ଡା ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଲୁଟେରାଙ୍କ ଗୁଳିମାଡରେ ଜୀବନ ଯାଇଥିଲା।