ବରଗଡ଼: କଂସର ଅଟ୍ଟହାସ୍ୟରେ କମ୍ପୁଛି ମଥୁରା ନଗରୀ । ଉଗ୍ରସେନକୁ ସିଂହାସନରୁ ହଟାଇ ମଥୁରାର ରାଜା ହୋଇଛନ୍ତି ଯୁବରାଜ କଂସ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେଉଛି ଧନୁଯାତ୍ରାର ଆଜି ହେଉଛି ତୃତୀୟ ଦିନ । ତେବେ ତେବେ ଦ୍ୱିତୀୟ ଦିନରେ ମହାରାଜ କଂସ ନଗର ଭ୍ରମଣ କରିଛନ୍ତି ମହାରାଜ କଂସ । ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଛନ୍ତି । ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜ କଂସ ଉଦଘାଟନ କରିଛନ୍ତି ରଙ୍ଗମହଲ । ମହାମନ୍ତ୍ରୀ ସ୍ୱାତକୀଙ୍କୁ ରଙ୍ଗମହଲର ଦାୟିତ୍ୱ ଦେଇ ମହାରାଜ କଂସ ରାଜ ଦରବାରକୁ ଫେରିଛନ୍ତି ।
ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନରେ ଶୂନ୍ୟବାଣୀ ପରେ ମଥୁରା କାରୀଗରୀରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଛନ୍ତି ମହାରାଜ କଂସ । ପିତା ଉଗ୍ରସେନଙ୍କୁ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟଭାର ଦେଇଛନ୍ତି । ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ ଭାବେ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ଏବଂ ବସୁଦେବ ତାଙ୍କୁ ଯମୁନା ନଦୀ ପାର କରି ନନ୍ଦରାଜାଙ୍କ ଘରେ ଛାଡିବା ପରେ ସେଠାରୁ ବିଜୁଳି କନ୍ୟାଙ୍କୁ ଆଣୁଛନ୍ତି ।
ଶ୍ରୀକୃଷ୍ଣଙ୍କୁ ଧରି ବସୁଦେବ ଯିବା ବେଳେ କଂସ ରାଜାଙ୍କ କଟୁଆଳ ସାଜିଥିବା ପିତା ଉଗ୍ରସେନ ବାଟ ଜଗିଥିଲେ । ତେବେ ଶ୍ରୀକୃଷ୍ଣଙ୍କ ଠାରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ବାଟ ଛାଡିଥିଲେ ଉଗ୍ରସେନ ।
ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃ୍ତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ, ବିଜୁଳି କନ୍ୟାକୁ ଶିଳାରେ ପ୍ରହାର ଓ ଦୈବରାଣୀ, ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ ପସ୍ୱଚ୍ଛନା ରାକ୍ଷସୀ ଓ ସଢମଲ୍ଲଙ୍କୁ ଗୋପପୁର ପଠାଇବା, ନନେ୍ଦାତ୍ସବ ସହ ଶ୍ରୀକୃଷ୍ଣଙ୍କ ଗୋପପୁର ଭ୍ରମଣ ଉତ୍ସବ ଅଭିନୀତ ହେବ ।