ନୂଆଦିଲ୍ଲୀ: ଯେଉଁ ଝିଅକୁ ବାପା ମାଆ ଅଲୋଡ଼ା କହି ବୁଦା ମୂଳରେ ତ ରାସ୍ତାରେ କଡ଼ରେ ଫୋପାଡ଼ି ଚାଲି ଯାଉଛନ୍ତି । କିନ୍ତୁ ଆଜି ସେହି ଝିଅ କାହା ପାଇଁ ଦେବୀ ମାଆ ହୋଇଯାଇଛନ୍ତି । ଯେଉଁ ଝିଅ ସନ୍ତାନ ଜନ୍ମ ଦେଇ ଘରକୁ ଖୁସି ଆଣିଥାଏ, ସେହି ଝିଅ ଅନ୍ୟକୁ ପୁନର୍ଜନ୍ମ ଦେଇ କାହା ଘରର ଲିଭି ଯାଉଥିବା ଦୀପକୁ ପୁଣି ଜାଳି ଦେଇଛି । କଥାଟି ହେଉଛି ଆଗ୍ରାର ଜଣେ ଫୁଲ ବିକାଳୀ ଝିଅ ମୋହିନୀର । ଯାହାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । କାରଣ ସେ ଏକାବେଳେ ଚାରି ଚାରି ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।
ଯମୁନା ନଦୀରେ ଗଣେଶ ବିସର୍ଜନ ବେଳେ ୪ ଜଣ ଯୁବକ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଉଥିଲେ । ଏହି ସେଠାରେ ଫୁଲ ବିକୁଥିବା ମୋହିନୀ (୧୮) ତୁରନ୍ତ ନିଜର ଉପସ୍ଥିତ ବୁଦ୍ଧି ଲଗାଇଥିଲେ । ସେ ୪ ଜଣ ଯୁବକଙ୍କୁ ବୁଡ଼ି ଯାଉଥିବାର ଦେଖି ତତକ୍ଷଣାତ୍ ସେଠାରେ ପଡ଼ିଥିବା ଏକ ଦୌଡ଼ାକୁ ପାଣିକୁ ପକାଇ ଦେଇଥିଲା । ପ୍ରଥମେ ଜଣଙ୍କୁ ମୋହିନୀ ଉଦ୍ଧାର କରିଥିଲେ । ଏହା ପରେ ତାର ସହାସ ଟିକେ ବଢ଼ିଯାଇଥିଲା । ପୁନର୍ବାର ଦୌଡ଼ାଟିକୁ ପକାଇ ଜଣ ଜଣ କରି ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଯଦ୍ୱାରା ୪ ଜଣଙ୍କ ଜୀବନ ବଞ୍ଚି ଯାଇଛି ।
ଉଦ୍ଧାର ହୋଇଥିବା ସମସ୍ତ ଯୁବକ ସୁସ୍ଥ ଥିବାବେଳେ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ତେବେ ମୋହିନୀଙ୍କ ଏହି ସାହାସିକାତା ପାଇଁ ଯମୁନା କୂଳରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି ।