ଭୁବନେଶ୍ୱର: ଓଡ଼ିଶାରେ ଲଭ୍ ଜିହାଦ । ଅନ୍ ଲାଇନ ଗେମରୁ ପ୍ରେମ ଏବଂ ପରେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ଜାମ୍ମୁ କାଶ୍ମୀର ଯୁବକ । ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍ ମେଲ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛନ୍ତି । ଉକ୍ତ ଯୁବକଙ୍କୁ ଟ୍ରାପ୍ କରି ଅଟକ ରଖିଛି ମହିଳା ଥାନ ପୁଲିସ । ଅଭିଯୁକ୍ତ ଜଣକ ହେଲେ ସମୀର ମନସୁର । ସେ ବିହାରର ମୂଳ ବାସିନ୍ଦା ହୋଇଥିବାବେଳେ ଜମ୍ମୁ କାଶ୍ମୀରର ସ୍ଥାୟୀ ବାସିନ୍ଦା ଅଟନ୍ତି ।
ରାଜଧାନୀ ଭୁବନେଶ୍ୱର ଜଣେ ଯୁବତୀଙ୍କର ଅନ୍ ଲାଇନ୍ ଗେମ ମାଧ୍ୟମରେ ସମୀର ମନସୁରଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପୃକ୍ତ ଯୁବକ ଜଣକ ନିଜର ସମ୍ପୂର୍ଣ୍ଣ ନାମ ନ କହି କେବଳ ସମୀର ବୋଲି କହିଥିଲେ । ଏହା ପରେ ସେ ବାରମ୍ବାର ଭୁବନେଶ୍ୱର ଆସି ତାଙ୍କୁ ଦେଖା କରିଥିଲେ । ଶେଷରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକ୍ ମେଲ୍ କରିବା ଆରମ୍ଭ କରିଦେଇଥିଲା । ଯୁବତୀଙ୍କୁ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାରମ୍ବାର ଚାପ ପକାଉଥିଲା ସମୀର ମନସୁର । ଅଭିଯୁକ୍ତ ଜଣକ ଯୁବତୀଙ୍କ ବାପା ମାଙ୍କୁ ଭିଡିଓ ପଠାଇ ୫ ଲକ୍ଷ ଟଙ୍କା ନେଇଥିଲା ।
ସେ ପୁଣି ଥରେ ଓଡ଼ିଶା ଆସି ତାକୁ ଦେଖା କରିବା ବୋଲି କହିଥିଲା । ଏ ନେଇ ଯୁବତୀ ଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ମହିଳା ଥାନା ପୁଲିସ ସମୀର ମନସୁରକୁ ଟ୍ରାପ୍ କରି ଅଟକ ରଖିଛି । ୧୬୧ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ଉକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଯୁବତୀଙ୍କୁ କାଉନସିଲିଂ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଆଇନଜୀବି ସଙ୍ଘମିତ୍ରା ରାଜଗୁରୁ ।