ପୁଣି ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଲୋକେ
ବାଘ ଆକ୍ରମଣରେ ଆତଙ୍କିତ ଲୋକେ, ଘରେ ପଶିଲା ବାଛୁରୀକୁ ମାରି ଖାଇଲା
ଦୀର୍ଘଦିନ ଧରି ନୂଆପଡାରେ ବାଘ ଆତଙ୍କ ଲାଗିରହିଛି । ଗାଁରେ ବାଘ ଆତଙ୍କକୁ ନେଇ ଲୋକେ ଭୟବିତ୍ତ ଥିବାବେଳେ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ତରିଆମହୁଆଭଟା ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳୁ ଗୁହାଳରେ ବାଛୁରୀକୁ ନଦେଖି ଖୋଜାଖୋଜି କରିବା ପରେ ଗାଁ ନିକଟରେ ତାର ମୃତଦେହ ଦେଖିବାକୁ ପାଇଥିଲେ । ଘଟଣା ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଏହା ଏକ କଲରାପତରିଆ ବାଘ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ଏହି ଘଟଣା ପରେ ଗାଁ ଲୋକେ ଆତଙ୍କିତ ଅଛନ୍ତି । ନୂଆପଡ଼ା ରେଞ୍ଜ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଘଟଣାଟି ହେଉଛି ନୂଆଗାଁ ଅଂଚଳର । ନୂଗାଁର ହୁମନ ନାଏକ ବାଛୁରୀକୁ ଗୁହାଳରେ ବାନ୍ଧି ରଖିଥିଲେ । ହେଲେ ସଖାଳୁ ଉଠି ଦେଖିଲାବେଳକୁ ବାଛୁରୀଟି ତା ଜାଗାରେ ନାହିଁ । ଖୋଜାଖୋଜି ପରେ କିଛି ଦୂରରେ ବାଛୁରୀର ମୃତ ଦେହ ମିଳିଥିଲା । ଘଟଣା ସ୍ଥାନରେ ପାଦ ଚିହ୍ନ ଏବଂ ପାଖା ପାଖି ପରିସ୍ଥିତି ଦେଖି କଲରାପତରିଆ ବାଘ ବୋଲି ସନ୍ଦେହ କରୁଛନ୍ତି ଗାଁ ଲୋକେ । ତେବେ ଏହି ଖବର ଶୁଣି ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ:ଟ୍ରାକ୍ଟର ଓଲଟି ଚାଷୀ ମୃତ