ବରଗଡ: ଓଡିଶାରେ ଟାଟା ପାୱାର ଆସିବା ପରେ ଜନ ସାଧାରଣ ବହୁ ହଇରାଣ ହରକତରେ ପଡୁଥିବା ସମୟ ସମୟରେ ଅଭିଯୋଗ କରାଯାଉଛି। ଇତି ମଧ୍ୟରେ ଶୁକ୍ରବାର ବରଗଡ ଜିଲ୍ଳାର ଗାଁ ଗାଁରେ ସ୍ମାଟ ମିଟର ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଟାଟା ପାୱାରର ସ୍ମାଟ ମିଟରକୁ ବିରୋଧ କରି ଶୁକ୍ରବାର ବରଗଡ ଜିଲ୍ଳା ସୋହେଲା ଗ୍ରିଡ୍ ୨ କେନପାଲି ଗାଁର ବିଦ୍ୟୁତ ଗ୍ରାହକ ମାନେ ନୁତନ ସ୍ମାଟ ମିଟର ବିରୋଧରେ କେନପାଲି ଗାଁର ସମସ୍ତ ଘରରୁ ସ୍ମାଟ ମିଟର ଖୋଲି ସୋହେଲା ୨ ନମ୍ବର ଗ୍ରିଡ୍ ଠାରେ ଜମା କରିଛନ୍ତି।
ସୂଚନାଯୋଗ୍ୟ ଶୁକ୍ରବାର ଦିନ ୧୦ ଟା ସମୟରେ କେନପାଲି ଗ୍ରାମରେ ପ୍ରତି ଘରେ ପଶି ମିଟର ଯାଞ୍ଚ କରି ସ୍ମାଟ ମିଟର ଲଗାଉଥିବା ନେଇ ଗାଁରେ ଉତ୍ତେଜନା ରହିଥିଲା ।
ଏନେଇ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ ଓ ଅଧିକ ବିଦ୍ୟୁତ ଵିଲ ଆସୁଥିବା ଅଭିଯୋଗ ଆଣିଥିଲେ। ସୋହେଲା ୨ନମ୍ବର ଗ୍ରିଡ୍ ର ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ ।
ଗ୍ରୀଡ଼ ଅଧିକାରୀ କ୍ଷେତ୍ରମୋହନ ଶାସମଲ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ସ୍ମାର୍ଟ ମିଟର ଘର ବାହାରେ ଲଗାଯାଇଥିଲା । ଯାଞ୍ଚ ସମୟରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ମହିଳା ଅଧିକାରୀ ମଧ୍ୟ ରହିଥିଲେ । ଏହା ସତ୍ତ୍ୱେ ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ସମ୍ପର୍କରେ ସେ ନିଜ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି ବୋଲି କହିଥିଲେ ।