ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି। ରାଜ୍ୟରେ ଏବେ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ଏନେଇ ଗୃହରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ଦେଉଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୮୦ରୁ ଊର୍ଦ୍ଧ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି। ୮୦%ରୁ ଅଧିକ ଭିନ୍ନକ୍ଷମ ୫୯୮୧ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି। ସେହିପରି କଟକରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ଅପେକ୍ଷାରେ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।