ଆଧୁନିକ ଯୁଗରେ ହଜିବାକୁ ବସିଲାନି ନିତ୍ଯ ବ୍ଯବହାର ଯୋଗ୍ଯ ସାମଗ୍ରୀ ଧିରେଧିରେ ଲୋପ ହେବାକୁ ବସିଲାଣି । ସେଥି ମଧ୍ୟରୁ ଧାନକୁଟା ଢିଙ୍କି ଅନ୍ଯତମ। ପୂର୍ବ ରୁ ଢିଙ୍କି ଦ୍ବାରା ଲୋକେ ବିଭିନ୍ନ ଖାଦ୍ଯ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ଯବହାର କରୁଥିଲେ। ସମୟ ବଦଳିବା ସହିତ ଯୁଗର ମଧ୍ୟ ପରିବର୍ତ୍ତନ ହେଉଛି । ବୈଜ୍ଞାନିକ ଯୁଗରେ ମେସିନ୍ ର ବ୍ୟବହାର ବହୁଳ ଭାବରେ ହେଉଥିବାବେଳେ ଢିଙ୍କି ମାଧ୍ୟମରେ ଯେଉଁ ଚାଉଳ କରାଯାଉଥିଲା ସେଥିରେ ଅନେକ ପରିମାଣରେ ପୋଷକତତ୍ତ୍ୱ ରହୁଥିଲା ଓ ସୁସ୍ୱାଦ ଲଗୁଥିଲା । ଧାନକଳରୁ ବାହାରୁଥିବା ଚାଉଳରେ ସେ ସବୁ ସ୍ୱାଦ ଆଉ ରହୁନାହିଁ ।
ଆମ ପୂର୍ବଜ ମାନେ ଢିଙ୍କି ଦ୍ବାରା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ଧାନରୁ ଚାଉଳ, ଚୁଡା, ଚାଉଳରୁ ଚୁନା, ଗହମରୁ ଅଟା ସହ ମୁଗରୁ ଡାଲି ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ଢିଙ୍କି ରୁ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ର ସ୍ବାଦ ମଧ୍ଯ ଥିଲା ବେଶନିଆରା। କିନ୍ତୁ ଲୋକମାନେ ଆଜି ଆଧୁନିକ ଚାକଚକ୍ୟ ର ବଶବର୍ତ୍ତୀ ହୋଇ ଏବଂ ଅଳ୍ପ ସମୟରେ କାର୍ଯ୍ୟ ସାରିବା ମାନସିକତାରୁ ଆଧୁନିକ ଯନ୍ତ୍ର ପାତିକୁ ଆଦରିଛନ୍ତି। ଫଳରେ ଢିଙ୍କି ଆଜି ଲୋକମାନଙ୍କ ପାଇଁ ଅଲୋଡା ପାଲିଟିଯାଇଛି। ତାହାସହ ଏବେ ଧାନକଳ ଆସିବାରୁ ଏବେ ଧିରେଧିରେ ଢିଙ୍କିର ବ୍ୟବହାର କମି ଗଲାଣି, ଆଉ ଢିଙ୍କି ମଧ୍ୟ ଦେଖିବାକୁ ମିଳୁନାହିଁ । ଧାନକଳ ଦ୍ୱାରା ଚାଉଳ କରିବା ପାଇଁ ଲୋକମାନଙ୍କୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡୁନାହିଁ । ପୂର୍ବକାଳରେ ଧାନକଳ ନ ଥିବାରୁ ଢ଼ିଙ୍କିର ଆଦର ରହିଥିଲା । କିନ୍ତୁ ଏବେ ଧାନକଳରେ ଧାନ କୁଟିବା ସିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପପାଇବାକୁ ବସିଲାଣି ।
ପୂର୍ବରୁ ଗାଁ ଗହରିଲେ ପ୍ରତେକ ଦାଣ୍ଡ ବାରଣ୍ଡାରେ ଗୋଟିଏ ଲେଖାଏଁ ଢିଙ୍କି ଦେଖିବାକୁ ମିଳୁଥିଲା। ପର୍ବ ପର୍ବାଣି ଆସିଲେ ଢିଙ୍କି ର ଆଦର ତ କରିଲେ ନ ସରେ ଢିଙ୍କି କୁଟିବା ସମୟରେ ଏହାର ଶଦ୍ଦ ମଧ୍ଯ ଭାରି ସ୍ମୁତି ମଧୁର ହୋଇଥାଏ କିନ୍ତୁ ଏବେ ଗାଁ ଗହଳିରେ କାଁ ଭାଁ କିଛି ଘରେ ଢିଙ୍କି ଦେଖି ମିଳୁଥିବା ବେଳେ ଏହା ପ୍ରାୟ ଲୋପ ହେବାକୁ ବସିଲାଣି । ଏବେ ଢିଙ୍କିର ଢିକ୍ ଢିକ୍ ଶବ୍ଦ ଶୁଭୁ ନ ଥିବାବେଳେ ଢିଙ୍କି କୁଟା ଚାଉଳ ମଧ୍ୟ ସ୍ୱପ୍ନ ହୋଇପଡିଛି । ପୂର୍ବରେ ଯେଉଁ ଢିଙ୍କି କୁଟା ଚାଉଳ ମିଲୁଥିଲା ସେହି ଚାଉଳ କୁ ଲୋକେ ଖାଇ ତୃପ୍ତି ଅନୁଭବ କରୁଥିଲେ । ସେହି ଖାଦ୍ୟ ସ୍ୱାଦଯୁକ୍ତ ଥିବାବେଳେ ସେହି ଖାଦ୍ୟ ଏବେ ଲୋକେ ପାଇପାରୁ ନାହାନ୍ତି ।ଢିଙ୍କି ପରି ଅନେକ ପୁରାତନ ଜିନିଷ ଏବେ ଲୋପ ପାଇବାକୁ ବସିଥିବା ବେଳେ ଏହାର ପୁର୍ନଉଦ୍ଦାର ହେବା ଅତ୍ଯନ୍ତ ଆବଶ୍ଯକ। ଢିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢିଙ୍କି କୁଟା କାମକରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ଆଲାପ ଆଲୋଚନା ହେବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ନିବିଡତା ବାନ୍ଧିହୋଇ ଯାଉଥିଲା । ଏଥି ସହ ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢିଙ୍କିଟି ମହିଳାମାନଙ୍କୁ ସାହାର୍ଯ୍ୟ କରୁଥିଲା । ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଚାଉଳକୁ ମଧ୍ୟ ଗୁଣ୍ଡକରି ଚୁନା ପ୍ରସ୍ତୁତ କରାଯାଉଥିଲା । ସହି ଚାଉଳ ଚୁନାରେ ନାନାଦି ପ୍ରକାର ପିଠା ପଣା ଭଲି ଅନେକ ବ୍ୟଞ୍ଜନ ତିଆରି କରାଯାଉଥିଲା, ଯାହାକି ଖାଇଲା ପରେ ମନ ଭରି ଉଠୁଥିଲା । କିନ୍ତୁ ଏବେ ଆଉ ସେଭଲି ଖାଦ୍ୟ ମିଲିପାରୁ ନାହିଁ ।
ମହିଳାମାନେ ଢିଙ୍କି ଶାଳରେ ଏକାଠି ହୋଇ ଭାବ ବିନିମୟର ଆଦାନ ପ୍ରଦାନ କରୁଥିବାବେଳେ ଗାଁର ଢିଙ୍କି ଶାଳ ଏକ ମହିଳାମାନଙ୍କ ପାଇଁ ଭାବ ବିନିମୟର ଏକ ମାଧ୍ୟମ ପାଲଟିଥିଲା । ଏବେ ଆଉ ସେହି ଢିଙ୍କି ଶାଳର ଢିଙ୍କି କୁଟା ଶଦ୍ଦ ଶୁଣିବାକୁ ମିଳୁନାହିଁ । ଗାଁ ଗହଳିର କିଛି ସର୍ବ ପୂରାତନ ପରିବାର ପାଖରେ ଏହି ଢିଙ୍କି ରହିଯାଇଥିବା ବେଳେ ଆଗାମୀ ଦିନରେ କେବଳ କାଗଜ ଚିତ୍ରରେ ହିଁ ଦେଖିବାକୁ ମିଳିବ ।ଆଧୁନିକ ଚାକଚକ୍ୟ ର ବସବତି ହୋଇ ଆଜିର ମଣିଷ ପୁରାତନ ଜିନିଷ କୁ ଲୋପ କରିବାକୁ ବସିଛି।