ଦେଶରେ ମୁଣ୍ତବିନ୍ଧାର କାରଣ ପାଲଟିଲାଣି ମଙ୍କି ପକ୍ସ । ଏହାକୁ ନେଇ ଏବେ ଚାରିଆଡେ ଚିନ୍ତାର ବିଷୟ ପାଲଟିଲାଣି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଯଦିଓ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ନିର୍ଦେଶନାମା ଆସିନାହିଁ ତଥାପି ସ୍ବାସ୍ଥ୍ୟ ବିଭାଗ ଏନେଇ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ମଙ୍କି ପକ୍ସ ପ୍ରଥମେ ଡେନମାର୍କରେ ଦେଖାଦେଇଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମାରାତ୍ମକ ବୋଲି ଅଭିହିତ କରିଛି। ଏହାଦ୍ବାରା ଶରୀର ଦୁର୍ବଳ ଲାଗେ। ଜଣେ ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ। ମଙ୍କି ପକ୍ସ ଏବଂ ଚିକେନ ପକ୍ସ ଲକ୍ଷଣ ପ୍ରାୟତଃ ସମାନ। ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ନାଲି ନାଲି ପରି ଚିହ୍ନ ସୃଷ୍ଟି ହୋଇ ଫୁଲିଯାଏ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ମଙ୍କି ପକ୍ସ ପାଇଁ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପ୍ରସ୍ତୁତି କରିଛି। ସମସ୍ତ ସିଡିଏମ୍ଓ ଏବଂ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଯଦି ଏସମ୍ପର୍କିତ କୌଣସି ଲକ୍ଷଣ ଦେଖାଦେଉଛି ତୁରନ୍ତ ବିଭାଗକୁ ଜଣାଇବା ସହ ଆଇସୋଲେସନରେ ରଖିବାକୁ ନିର୍ଦେଶ ଦିଆଯାଇଛି। ମଙ୍କି ପକ୍ସରେ ସଂକ୍ରମିତ ହେଲେ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ, ଡାକ୍ତରମାନେ ଏହି ସମୟରେ କ’ଣ କରିବେ ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଅଧିକା ପଢନ୍ତୁ :ବିଷାକ୍ତ ମଦ ପିଇ ଜଣେ ମୃତ, ତାତିଲେ ଜନତା