ଚିକିଟି: ବିଷାକ୍ତ ମଦ ପିଇ ଗୁରୁତର ହୋଇଥିବା ଲୋକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟିର ଜେନାପୁର ଅଞ୍ଚଳର ଜୁର ବେହେରା । ଏହି ଘଟଣା ପରେ ଜେନାପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୩ ଜଣ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ଏବେ ବି ଆଇସିୟୁରେ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ମଦ ମୃତ୍ୟୁ ପରେ ତାତିଛନ୍ତି ଜନତା । କ୍ଷତିପୁରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କୁ ପରିବାକୁ ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
ବିଷାକ୍ତ ମଦ ପିଇବା ଘଟଣାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ ପୋଲିସ ମଦ ମାଫିଆ ସୁରେନ୍ଦ୍ର ମଲ୍ଲିକ ଓ ସହଯୋଗୀ ନିରଞ୍ଜନ ମଲ୍ଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।