ଗଞ୍ଜାମ: ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ ବଚସା ଉଗ୍ରରୂପ ନେଇ ଆକ୍ରମଣ ପର୍ଯ୍ୟନ୍ତ ଗଲା ଓ ଶେଷରେ ହତ୍ୟାକାଣ୍ଡର ସୂତ୍ରପାତ ହେଲା। ବଡ ଭାଇର ଟାଙ୍ଗିଆ ଆକ୍ରମଣରେ ଚାଲିଯାଇଛି ସାନ ଭାଇର ଜୀବନ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ନୂଆ ବାଙ୍କତରା ଗାଁରେ। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଲେ କବିରାଜ ଗୌଡ଼।
ସୂଚନାଯୋଗ୍ୟ ଆଜି ସକାଳୁ ଜମିରେ ପାଣି ମଡ଼ାଇବା ପାଇ ନିଜ ପୁଅ ସହ ଯାଇଥିଲେ। ସେହି ସମୟରେ ଜମିରେ ବଡ ଭାଇ ଦେବ ଗୌଡ଼ ମଧ୍ୟ କିଛି ଲୋକଙ୍କ ଉପସ୍ଥିତିରେ ନିଜ ଜମିରେ କାମ କରୁଥିଲେ। ଜମିରେ ପାଣିଦେବାକୁ ନେଇ ହଠାତ ଦୁଇ ଭାଇଙ୍କ ମଧ୍ୟରେ କଳହ ହୋଇଥିଲା। କଥା ଏତେ ଆଗକୁ ବଢିଗଲା ଯେ ଉଭୟ ପରସ୍ପରକୁ ମାରପିଟ କରିବା ସହ ହାଣିବାକୁ ବି ପଛାଇନଥିଲେ। ସେମାନଙ୍କ ସହ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର କବିରାଜଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।