ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ। ଗୁହାଳରେ ପଶି ବାଘଟି ବାଛୁରୀକୁ ମାରି ଖାଇଥିବା ସୂଚନା ଦେଲେ ଫରେଷ୍ଟର ଚୁଡାନାଥ ସରାଫ l
ଖବର ଅନୁସାରେ, ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣା ପଡ଼ିଛି। ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା । ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି । ଏହା କଳରାପତରିଆ ବାଘ ବୋଲି ଜଣାପଡିଛି ।