ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଥାନା ନୂଆଁ ଟାଙ୍ଗଣ ଗାଁ ରେ ଜଣେ ଚାଷୀ ଜମି କାଦ କରିବାପାଇଁ ନିଜର ଟ୍ରାକ୍ଟର ନେଇଯାଇଥିଲେ । ଜମି କାଦ କରୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟରଟି ଓଲଟି ଯାଇଥିଲା ଓ ଡ୍ରାଇଭର ଚାଷୀ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ।
ସୂଚନା ଅନୁସାରେ , ସେ ଚାଷୀ ଜଣଙ୍କ ହେଲେ ଧୋବା ସାହୁ । ବର୍ଷା ନ ହେବା କାରଣରୁ ଚାଷ ଜମି ଶୁଖିଲା ପଡିଥିଲା ଯାହା ଚାଷ କାର୍ଯ୍ୟ ପାଇଁ ବାଧା ଦେଉଥିଲା। ଜମିରେ କିଛି ମାତ୍ରାର ଜଳ ଥିଲା ସେହି ଜଳ ଶୁଖିଯିବ ବୋଲି ଚିନ୍ତା କରି ରାତିରେ ତରବରିଆ ଭାବେ ଚାଷ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ପହଂଚି ହିଟାଚି ମେସିନ ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇ ଚାଷୀ ଧୋବା ସାହୁଙ୍କୁ ଉଦ୍ଧାର କରିଥିଲେ ହେଲେ ସେତେବେଳକୁ ଧୋବାଙ୍କ ପ୍ରାଣ ଚାଲି ଯାଇଥିଲା । ଏହି ଘଟଣାପରେ ପରିବାରରେରେ ଶୋକର ଛାୟା ଖେଳିଯାଇଥିଲା ।
ଅଧିକ ପଢନ୍ତୁ:
ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ଛାଡିଲେ ଘର : ଅସ୍ଥାୟୀ ମନ୍ଦିରରେ ଯାଇ ରହିଲେ ଗ୍ରାମର ଆରାଧ୍ୟ
ଧସିଗଲା ବ୍ୟାଙ୍କ ଛାତ