ସମ୍ବଲପୁରରେ ଥିବା ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିମିଟେଡର ଛାତ ଧସିଯାଇଛି । ରବିବାର ଛୁଟି ଯୋଗୁଁ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ବ୍ୟାଙ୍କ କର୍ମଚାରୀମାନେ । କୁଞ୍ଜେଲପଡ଼ାରେ ଥିବା ବ୍ୟାଙ୍କର ଛାତ ରବିବାର ମଧ୍ୟାହ୍ନରେ ହଠାତ ଭୁଶୁଡ଼ି ପଡ଼ିଥିଲା। ବଡ ଅଘଟଣଟି ଟଳିଗଲା ନ ହେଲେ କେତେ ଜନ ଜୀବନ ନଷ୍ଟ ହେଇଥାନ୍ତା । ବ୍ୟାଙ୍କର ପ୍ରଥମ ଘର ଛାତଟି ଭୁଶୁଡ଼ି ପଡ଼ିଛି। ସେହି ରୁମରେ ଅନେକ କାଗଜପତ୍ର ରହିଥିଲା। ଘରଟି ବହୁ ପୁରୁଣା ହୋଇଥିବାରୁ ଛାତଟି ଭାଙ୍ଗି ଯାଇଥିବା ସନ୍ଦେହ କରାଯାଉଥିଲା । ଲଗାଣ ବର୍ଷା ରହିଥିବାରୁ ବର୍ଷା ପାଣି ବ୍ୟାଙ୍କ ଛାତ ଉପରେ ଜମା ହୋଇ ରହୁଥିଲା। ନଷ୍ଟ ହୋଇ ରବିବାର ଦିନ ଛାତଟି ଭୁଶୁଡ଼ି ପଡିଛି। ବ୍ୟାଙ୍କର କଣ ସବୁ ନଷ୍ଟ ହୋଇଛି ବ୍ୟାଙ୍କ କର୍ତ୍ତୃପକ୍ଷ ସେନେଇ ପ୍ରତିକ୍ରିୟା ରଖିନାହାନ୍ତି।