ଆଖି ବୁଜିଲା ଅସୁସ୍ଥ କଲରାପତରିଆ ବାଘ । ନୂଆପଡା ରେଞ୍ଜରେ ଦୀର୍ଘ ୨୪ ଦିନ ଧରି ଚିକିତ୍ସା ଚାଲିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଯାଇଛି । ଏପ୍ରିଲ ୧୬ରେ ସିଲିଆରିବାହାରା ଗାଁର ଆମକୋନୀ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ବାଘକୁ ଉଦ୍ଧାର କରିଥିଲା ବନ ବିଭାଗ । ବାଘଟି ଅସୁସ୍ଥ ହୋଇପଡିଥିବାରୁ ଜଙ୍ଗଲ ଭିତରକୁ ଯାଇପାରିନଥିଲା । ବାଘଟି ପଡ଼ି ଛଟପଟ ହେଉଥିବା ଦେଖି ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ଅସୁସ୍ଥ ଅବସ୍ଥାରେ ବନ ବିଭାଗ ବାଘକୁ ଉଦ୍ଧାର କରାଯାଇ ମେ’ ମାସରୁ ଚିକତ୍ସା ଜାରି ରହିଥିବା ବେଳେ ଜୀବନ ସହ ସଂଗ୍ରାମ କରୁଥିଲା । ଶେଷରେ ଅସୁସ୍ଥ ଅବସ୍ଥାରେ ଗତକାଲି ରାତିରେ ବାଘଟିର ମୃତ୍ୟୁ ହୋଇଛି । ବାଘଟିର ବୟସ ମାତ୍ର ଦେଢ ବର୍ଷ ହୋଇଥିବା ବେଳେ ତା’ ମୃତ୍ୟୁ ଯୋଗୁ ପଶୁପ୍ରେମୀଙ୍କ ମନରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛନ୍ତି ।