ବାଲେଶ୍ୱର: ବିଦ୍ୟୁତ୍ ଆଘାତରେ ଅକାଳରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଏପରି ଏକ ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ପଞ୍ଚାୟତ ଦରଡ଼ିହା ଗ୍ରାମରେ ଘଟିଛି । ମୃତକ ଜଣକ ଅନ୍ନପୂର୍ଣ୍ଣା ବାରିକ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ଆଜି ସକାଳେ ଦରଡ଼ିହା ଗ୍ରାମର ଅନ୍ନପୂର୍ଣ୍ଣା ବାରିକ ଫୁଲ ତୋଳିବାକୁ ଯାଇଥିବା ସମୟରେ ବିଦ୍ୟୁତ୍ ଆଘାତରେ ଆସିଯାଇଥିଲେ । ଫଳରେ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡିଯାଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ପକ୍ଷରୁ ଏକ ତାରକୁ କାଟି ଗଛରେ ଗୁଡ଼ାଇ ଦିଆଯାଇଥିବା ଖନ୍ତାପଡ଼ା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।