କଟକ : ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ନିଆଁରେ ଜଳିଗଲା ବିସ୍କୁଟ୍ କାରଖାନା । ଅଗ୍ନିକାଣ୍ଡରେ କାରଖାନାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ସକାଳ ପ୍ରାୟ ସାଢେ ୧୦ ଟା ବେଳେ କଟକ ଜଗତପୁର ଅଞ୍ଚଳରେ ଥିବା ଏକ ବିସ୍କୁଟ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଇଛି । ଖବର ପାଇ ଘଟଣା ସ୍ଥଳକୁ ତୁରନ୍ତ ଅଗ୍ନିଶମ ବିଭାଗର ୩ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ଏକ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ଏହି ଘଟଣାରେ କାରଖାନା ଭିତରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ଜଣାପଡ଼ିଛି। ଯାହାକି କାରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି । ଅଗ୍ନିକାଣ୍ଡରେ କୌଣସି କର୍ମଚାରୀଙ୍କ ପ୍ରାଣହାନୀ ହୋଇନାହିଁ ।