ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କୁସୁମୁଣ୍ଡିଆ ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଦଶିପୁର ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁର ସୁରୁସି ବିଶ୍ୱାଳ। ଘରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସେହିପରି ପରଜଙ୍ଗ ଥାନା ଆମ୍ବପଳାସ ଗାଁ ମୁଣ୍ଡିଆରଗଡି ସାହିରେ ବଜ୍ରାଘାତରେ ୬ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ଗାଁ ପାଖରେ ଗୋରୁ ଗୁଡିକ ଚରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସେହିପରି ୫୩ ନଂ ଜାତୀୟ ରାଜପଥର ମୁକ୍ତାପଶି ଗାଁ ନିକଟରେ ବାଇକ ଧକ୍କାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଏଥିସହିତ କାମାକ୍ଷାନଗର ଥାନା ଖୋକସା ଗାଁର ନରହରି ଦାସ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।