କଟକ: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍। ଚଢାଉରେ ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ଏହି ୭୫ ଲକ୍ଷ ଜବତ ହୋଇଛି। ଏଥିସହ ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ପ୍ଲଟ ପାଇଛି ଭିଜିଲାନ୍ସ।
ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି। ବଡ଼ଗଡ଼ ବ୍ରିଟ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ ୨ BHK ଫ୍ଲାଟ ସହ ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ କରାଯାଇଛି। ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର୍ ସମେତ ୪ଟି ବାଇକ,ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଜମାର ତଦନ୍ତ ଜାରି ରହିଛି। ୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ। ତେବେ ଚଢ଼ାଉ ଜାରି ରହିଥିବାରୁ ତଦନ୍ତ ଆଗକୁ ବଢ଼ିବା ସହିତ ଅଧିକ ଖୁଲାସା ହେବ ବୋଲି ଭିଜିଲାନ୍ସ ଅଧିକାରୀମାନେ ଆଶା କରୁଛନ୍ତି।
ଅଧିକ ପଢନ୍ତୁ: ବ୍ୟାଗରେ ଆଣୁଥିଲେ ୪ କୋଟିର ମାରିଜୁଆନା; ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ