ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହାକୁ ଜବତ କରିଛି କଷ୍ଟମ ବିଭାଗ। ତେବେ ଆଗକୁ ନୂଆବର୍ଷ ଥିବାରୁ ଏହି ମାରିଜୁଆନା ସହରକୁ ଆସିଥିବା ସନ୍ଦେହ କରାଯାଉଛି।
ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ କଷ୍ଟମ ବିଭାଗ ହାତରେ ଧରାପଡିଛି। ତେବେ ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ବର ଆସୁଥିବା ସୂଚନା ରହିଛି।
ତେବେ ଯାତ୍ରୀଜଣକ ଭୁବନେଶ୍ବରରୁ ଓହ୍ଲାଇବା ପରେ କୁଆଡେ ଯାଇଥାନ୍ତେ ଏବଂ ଏତେ ଟଙ୍କାର ମାରିଜୁଆନା ଡିଲ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କଷ୍ଟମ ବିଭାଗ।
ଅଧିକ ପଢନ୍ତୁ: ପହଲଗାମ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିକୁ ଧରିବା ବେଳେ ପୋଲିସ ଉପରେ ଆକ୍ରମଣ, ୧୦ ଗିରଫ