କୋଣାର୍କ : ଆଜି ପବିତ୍ର ଶାମ୍ବଦଶମୀ ।ଆଜିର ଦିନରେ ପରିବାର ଓ ସନ୍ତାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ । ଏନେଇ ପବିତ୍ର ଶାମ୍ବଦଶମୀରେ ସୂର୍ଯ୍ୟ ପୂଜା କରିବା ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ କୋଣାର୍କ ଅନନ୍ତ ଅବଧୂତ ମଠରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ଯାତ୍ରା କରିଥାଏ l
ପରେ ଚନ୍ଦ୍ରଭାଗା ତୀର୍ଥସ୍ଥଳୀ ଛୋଟାରାମ ମଠ ଠାରେ ୨୭ ଦିନ ୨୭ ନକ୍ଷତ୍ରରେ ପୂଜା ଅର୍ଚ୍ଚନା ହେବା ପରେ ମାଘସପ୍ତମୀ ପରେ ଅବଧୂତ ମଠକୁ ବାହୁଡ଼ିଥାଏ ଏହି ସୂର୍ଯ୍ୟ ରଥ l ଏହି ରଥର ନାମ ହିରଣ୍ୟମୟ ରଥ ଏହାର ଉଚ୍ଚତା ୨୪ ଫୁଟ ଏବଂ ରଥରେ ୬ ଚକ ଲାଗିଥିବା ବେଳେ ୭ଟି ଘୋଡା ରଥରେ ସଂଯୋଗ ହୋଇଥାଏ l ଏହି ରଥଯାତ୍ରାରେ ସୌର ବ୍ରହ୍ମଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଏହା ସହ ଆଜିର ଦିନରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ଼ କରାଯାଇଥିଲା । ଯାହାଦ୍ୱାରା ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l